ମନମୁଣ୍ଡା,୩/୧୨ : ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଦହ୍ୟାଠାରେ ବୁଧବାର ଏନଡିଆରଏଫ ମୁଣ୍ଡଳୀ କଟକ ଓଡ଼ିଶା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇନ୍ସପେକ୍ଟର ନବକିଶୋର ପ୍ରଧାନଙ୍କ ନେତୃତ୍ୱରେ ତାଙ୍କ ୪ଜଣ କର୍ମଚାରୀଙ୍କ ଦ୍ଵାରା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଭିତ୍ତିକ ସଚେତନତା ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ ।
ଏନଡିଆରଏଫ ବିଭାଗର ଇନ୍ସପେକ୍ଟର ନବକିଶୋର ପ୍ରଧାନ ବଜ୍ରପାତ, ବନ୍ୟା, ବାତ୍ୟା, ସାପକାମୁଡ଼ା, ଭୂମିକମ୍ପ ଆଦି ବିପର୍ଯ୍ୟୟକୁ ମୁକାବିଲା କରିବାର ରଣ କୌଶଳ ପ୍ରଦର୍ଶନ କରିଥିଲେ । ଏଥିରେ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସହକାରୀ ଶିକ୍ଷକ ଅଶେଷ ନାଏକ, ସ୍ଵାଧୀନ ରାଜହଂସ, ସୁମିତ୍ରା ପ୍ରଧାନ, ହେମକାନ୍ତ ମେହେର, ଶିକ୍ଷୟିତ୍ରୀ ଶୁଭଶ୍ରୀ ପ୍ରଧାନ, ସରସିବଳ ପ୍ରଧାନ, ସୁଶାନ୍ତ ବେଜି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।