ନୂଆଦିଲ୍ଲୀ,୨୮/୦୮: ଆଜି ଜୁରିଖରେ ଡାଏମଣ୍ଡ ଲିଗ୍‌ ଫାଇନାଲ୍‌ର ମୋଟ୍‌  ୨୭ଟି ଇଭେଣ୍ଟ ଅନୁଷ୍ଠିତ ହେବ । ପ୍ରଥମ  ଦିବସରେ ରହିଛି ୫ଟି ଇଭେଣ୍ଟ । ନୀରଜଙ୍କ  ଜାଭେଲିନ ଥ୍ରୋ’ ଫାଇନାଲ୍‌ ମୁକାବିଲା ଭାରତୀୟ ସମୟ ରାତି ୧୧.୧୫ ମିନିଟ୍‌ରେ ଆରମ୍ଭ ହେବ ।  

ଚଳିତ ସିଜନରେ ନୀରଜ ୨ଟି ଲେଗରେ ଭାଗ  ନେଇଥିଲେ । ଦୋହା ଲେଗରେ ସେ ୯୦.୨୩  ମିଟର ଦୂର ଜାଭେଲିନ ଫିଙ୍ଗି ଦ୍ୱିତୀୟ ସ୍ଥାନ  ଅଧିକାର କରିଥିଲେ । ଏହାପରେ ସେ ପ୍ୟାରିସ୍‌  ଲେଗ୍‌ରେ ୮୮.୧୬ ମିଟର ଥ୍ରୋ ବଳରେ ପ୍ରଥମ  ସ୍ଥାନ ଅଧିକାର କରି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ  କରିଥିଲେ । ପରବର୍ତ୍ତୀ ୨ଟି ଲେଗ୍‌ ସିଲେସିଆ ଓ  ବ୍ରସେଲ୍ସରେ ସେ ଭାଗ ନେଇ ନଥିଲେ । 

ଆଜି ନୀରଜଙ୍କ ଟକ୍କର ଦେବା ପାଇଁ  ରହିଛନ୍ତି ଆଉ ୭ ପ୍ରତିଯୋଗୀ । ସେମାନଙ୍କ ମଧ୍ୟରୁ  ୬ଜଣ ମାନ୍ୟତା ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ  ରହିଛନ୍ତି । ଟାଇଟଲ ଜିତିବାକୁ ହେଲେ ନୀରଜଙ୍କୁ  ଜର୍ମାନୀର ଜୁଲିଆନ ୱେବର ଓ ଗ୍ରେନାଡ଼ାର ଆଣ୍ଡରସନ ପିଟର୍ସଙ୍କ ସହ କଡ଼ା ମୁକାବିଲା  କରିବାକୁ ପଡ଼ିବ । ୱେବର ଚଳିତ ସିଜନରେ  ୱାର୍ଲ୍ଡ ଲିଡର ରହିଛନ୍ତି । ଦୋହା ଲେଗରେ ସେ  ଚାମ୍ପିଅନ୍‌ ହୋଇଥିଲେ । ୱେବର ଓ ପିଟର୍ସଙ୍କ  ସମେତ ୨୦୧୨ ଅଲିମ୍ପିକ୍ସ ଚାମ୍ପିଅନ୍‌ କେସର୍ଣ୍ଣ ୱାଲକଟ ଓ ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ ଜୁଲିୟସ  ୟେଗୋ ମଧ୍ୟ ନୀରଜଙ୍କୁ ଚ୍ୟାଲେଞ୍ଜ ଦେବେ ।