ନୂଆଦିଲ୍ଲୀ,୦୭/୦୩; ନେପାଳରେ ଅନୁଷ୍ଠିତ ସାଧାରଣ ନିର୍ବାଚନର ମତଗଣନା ଜାରି ରହିଛି । ପ୍ରାଥମିକ ରିପୋର୍ଟ ଅନୁସାରେ ର୍ୟାପର ତଥା କାଠମାଣ୍ଡୁର ମେୟର ଥିବା ବାଲେନ ଶାହଙ୍କ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (ଆରଏସ୍ପି) ଐତିହାସିକ ବିଜୟ ଆଡକୁ ଅଗ୍ରସର ହେଉଛି । ମୋଟ ୧୬୫ଟି ଆସନ ମଧ୍ୟରୁ ଆରଏସ୍ପି ୨୦ଟି ଆସନରେ ଜିତିଛି । ୯୫ରୁ ଅଧିକ ଆସନରେ ଆଗୁଆ ରହିଛି । ସେହିପରି ଗଗନ ଥାପାଙ୍କ ଦଳ ନେପାଳୀ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି । ୧୨ଟି ସିଟ୍ରେ ଏହା ଆଗରେ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଦଳ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ ମଧ୍ୟ ୧୨ଟି ଆସନରେ ଆଗୁଆ ଅଛି । ତେବେ ଓଲି ନିଜେ ଝାପା-୫ ଆସନରେ ବାଲେନ ଶାହଙ୍କ ଠାରୁ ୧୦,୬୪୩ ଖଣ୍ଡ ଭୋଟ୍ରେ ପଛୁଆ ଅଛନ୍ତି ।
ନେପାଳ ନିର୍ବାଚନ ମତଗଣନା ପ୍ରାରମ୍ଭିକ ଟ୍ରେଣ୍ଡରେ ଦକ୍ଷିଣ ଏସିଆ ରାଜନୀତିକୁ ସ୍ତବ୍ଧ କରିଛି । ୧୫୦ ନିର୍ବାଚନ କ୍ଷେତ୍ରରେ ଜାରି ମତଗଣନାରେ ଆରଏସପି ଅଦ୍ଭୂକପୂର୍ବ ଆଗ୍ରଣୀ ହାସଲ କରିଛି । ନେପାଳ ଯୁବପୀଢି ପାରମ୍ପରିକ ପାର୍ଟି ନେପାଳ କଂଗ୍ରେସ ଏବଂ ୟୁଏମଏସକୁ ଗ୍ରହଣ କରିନାହାନ୍ତି । ଦେଶରେ ସରକାର ପରିବର୍ତ୍ତନ ନେଇ ଭୋଟ୍ ଦେଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ୨୭୫ ସିଟରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି ୧୦୦ ଆସନରେ ଆଗୁଆ ରହିଛି । ନେପାଳ କଂଗ୍ରେସ ଏବଂ ସିପିଏନ ୟୁଏମଏସ ୧୨-୧୨ ସିଟରେ ଆଗୁଆ ଅଛନ୍ତି । ନେପାଳ କମ୍ୟୁନିଷ୍ଟ ପାର୍ଟି ଖାତାରେ ବର୍ତ୍ତମାନ ସୁଦ୍ଧା ୯ ସିଟ୍ ଆସିଛି । ସବୁଠୁ ବଡ଼ କଥା ହେଉଛି, ଝାପା-୫ ନିର୍ବାଚନ କ୍ଷେତ୍ରରୁ ଆସୁଛି । ୩୫ ବର୍ଷୀୟ ରାପରରୁ ନେତା ହୋଇଥିବା ବାଲେନ ସାହ ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ୟୁଏମଏସ ଅଧ୍ୟକ୍ଷ କେପି ଶର୍ମା ଓଲିଙ୍କ ଉପରେ ଏକ ମଜବୁତ ଅଗ୍ରଣୀ ହାସଲ କରିଛନ୍ତି । କେପି ଓଲିଙ୍କ ବ୍ୟତୀତ ଶେର ବାହାଦୂର ଦେଉତାଙ୍କ କଂଗ୍ରେସର ଶେଖର କାଇରାଲା, ଅରବପତି ବିନୋଦ ଚୌଧୁରୀ, ବିଷ୍ଣୁ ପୌଡେଲ, ରାଜେନ୍ଦ୍ର ଲିଙ୍ଗଦେନ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ମାଧବ କୁମାରଙ୍କ ପରି ବଡ଼ ବଡ଼ ନେତା ସେମାନଙ୍କ ଆସନରେ ପଛରେ ପଡିଛନ୍ତି । ପୁରୁଣା ନେତା କେବଳ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ପୂର୍ବ ରୁକୁମ ଆସନରେ ବିଜୟୀ ହୋଇଛନ୍ତି ।
ଆରଏସପି ବିଜୟର ଗୁରୁତ୍ୱ- ଭାରତ ସରକାରଙ୍କ ରଣନୈତିକ ମହଲରେ ନିକଟରୁ ନଜର ରଖାଯାଇଛି । ସୀମା ବିବାଦ ଏବଂ ଚୀନର ବଢୁଥିବା ପ୍ରଭାବ ଯୋଗୁଁ ଗତ କିଛି ବର୍ଷ ଧରି ଭାରତ-ନେପାଳ ସମ୍ପର୍କ ତିକ୍ତ ହୋଇଛି । ବାଲେନ ଶାହ ଏବଂ ରବି ଲାମିଛାନେଙ୍କ ଯୋଡ଼ିକୁ ବ୍ୟବହାରିକ ଏବଂ ଜାତୀୟତାବାଦୀ ବୋଲି ବିବେଚନା କରାଯାଏ । ଭାରତ ନଜର ରଖିଭ ଯେ ବାଲେନ ଶାହଙ୍କ ନେତୃତ୍ୱରେ ନେପାଳ ତାର 'ପଡୋଶୀ ପ୍ରଥମ' ନୀତିକୁ ପୁନଃସନ୍ତୁଳିତ କରିବ କି ଚୀନ ସହିତ ତାର ସମ୍ପର୍କକୁ ଆହୁରି ଘନିଷ୍ଠ କରିବ । ନେପାଳର ସଂସଦରେ ପ୍ରଥମ ଫାଷ୍ଟ ଦି ପୋଷ୍ଟ ଅଧୀନରେ ୧୬୫ ଆସନ ଅଛି । ଯାହାର ଫଳାଫଳ ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ । ବାକି ୧୧୦ଟି ଆସନ ଏକ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ମାଧ୍ୟମରେ ପୂରଣ କରାଯିବ । ଯେଉଁଠାରେ ଦଳଗୁଡିକୁ ମିଳିବାକୁ ଥିବା ଭୋଟର ପ୍ରତିଶତ ସେମାନଙ୍କର ଚୂଡାନ୍ତ ଶକ୍ତି ନିର୍ଣ୍ଣୟ କରେ ।
ଏହା ବି ପଢନ୍ତୁ...ବୋଷଙ୍କୁ ହଟାଇ ରବିଙ୍କୁ ଆଣିବାର କାରଣ କ'ଣ ? ଆଗକୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ !
ଗତବର୍ଷ ନେପାଳରେ ଜେନ୍-ଜିଙ୍କ ଆନ୍ଦୋଳନ ପରେ କ୍ଷମତା ପରିବର୍ତ୍ତନ ହୋଇଥିଲା । ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପରେ ଗୁରୁବାର ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ୬୦ ପ୍ରତିଶତରୁ ଅଧିକ ଲୋକେ ଭୋଟ୍ ଦେଇଛନ୍ତି । ଭୋଟ୍ ଗଣନା ଲାଗି ୩-୪ ଦିନ ଲାଗିପାରେ । ନିର୍ବାଚନ କମିଶନ ମାର୍ଚ୍ଚ ୯ ତାରିଖ ସୁଦ୍ଧା ମତଗଣନା ଶେଷ କରିବାକୁ ଉଦ୍ୟମ କରାଯିବା କଥା କହିଛନ୍ତି ।