PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନେପାଳରେ ସାଂସଦ-ବିଧାୟକ ନିର୍ବାଚନ ପାଇଁ ଆଜି ମତଦାନ, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ ୨୦/୧୧: ନେପାଳରେ ସଂସଦ ଏବଂ ବିଧାନସଭା ସଦସ୍ୟଙ୍କ ପାଇଁ ମତଦାନ ରବିବାର ହେଉଛି । ଏହି ମତଦାନରେ ସଂସଦର ୨୭୫ ଏବଂ ବିଧାନସଭାର ୫୫୦ ସଦସ୍ୟଙ୍କ ନିର୍ବାଚନ କରାଯିବ । ଏଥିରେ ୧.୭୯ କୋଟି ଭୋଟର ନିଜ ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନକୁ ନଜରରେ ରଖି ସୁରକ୍ଷା ଏଜେନ୍ସି ସତର୍କ ରହିଛନ୍ତି । ଭାରତ-ନେପାଳ ସୀମାକୁ ସିଲ୍ କରି ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସୀମାରେ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।

ସୀମା ସିଲ୍ ହେବା ପରେ ମଧ୍ୟ ସରକାର ଖାଦ୍ୟ, ପେଟ୍ରୋଲିୟମ ସହିତ ଅନ୍ୟ ଜରୁରୀ ସାମଗ୍ରୀ ପାଇଁ ସୀମାରେ ଆଶ୍ୱସ୍ତି ଦେଇଛନ୍ତି । ଏହି ନିର୍ବାଚନକୁ ନେଇ ଇଣ୍ଡୋ-ନେପାଳ ସୀମାରେ କରାଯାଇଥିବା କଡାକଡି ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି ।

ଆଜି ରାତି ଅଧ ପର୍ଯ୍ୟନ୍ତ ସୀମା ସିଲ୍ ରହିବ । ମହରାଜଗଞ୍ଜରୁ ସଟି ୮୪ କିଲୋମିଟର ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଉଭୟ ଦେଶର ସୀମାରେ ସୁରକ୍ଷାବଳର ପେଟ୍ରୋଲିଂ ମଧ୍ୟ ବଢାଇ ଦିଆଯାଇଛି । ସୀମାରେ ସ୍ଥିତ ଗାଁରେ ରହୁଥିବା ଲୋକଙ୍କ ଗମନାଗମନ ଉପରେ ବିଶେଷ ଧ୍ୟାନ ରଖାଯାଉଛି । ଭାରତ-ନେପାଳ ସୀମାରେ ଗୁରୁବାର ମଧ୍ୟ ରାତ୍ରିରୁ ସିଲ୍ କରିଦିଆଯାଇଛି । ଏହି ସିଲ୍ ଆଜି ରାତି ପର୍ଯ୍ୟନ୍ତ ବଜାୟ ରହିବ ।

ସମ୍ବନ୍ଧିତ ଖବର