PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ନେପାଳରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ: ୨୭ ମୃତ, ୪୦୦ରୁ ଅଧିକ ଆହତ

କାଠମାଣ୍ଡୁ,୧।୪: ନେପାଳରେ ପ୍ରବଳ ବର୍ଷା ଓ ଝଡ ତୋଫାନ ଜାରି ରହିଛି। ପ୍ରବଳ ବର୍ଷା ଓ ଭୟଙ୍କର ଝଡ କାରଣରୁ ଏପର୍ଯ୍ୟନ୍ତ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ‘ହିମାଳୟ ଟାଇମ୍ସ’ ଅନୁସାରେ ଏହି ଝଡ ଦକ୍ଷିଣ ଜିଲ୍ଲା ବାରା ଓ ଏହାର ଆଖପାଖ ପରସାରେ ସନ୍ଧ୍ୟା ବେଳେ ଆସିଥିଲା। ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସୂଚନା ଅନୁସାରେ ପରସାରେ ମୃତକଙ୍କ ସଂଖ୍ୟା ବଢିପାରେ। ଅତି କମରେ ୨୭ ଜଣଙ୍କର ମୃତ୍ୟୁ ହୋଇସାରିଛି ଓ ୪୦୦ ଲୋକ ଆହତ ହୋଇଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ମୃତକଙ୍କ ପରିବାର ପ୍ରତି ସମ୍ବେଦନା ପ୍ରକାଶ କରିଛନ୍ତି।

source: https://abpnews.abplive.in/

ଅନ୍ୟପକ୍ଷେ, ନେପାଳ ସେନା ମୁଖପାତ୍ର କହିଛନ୍ତି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଆମେ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିର ସାମନା କରିବା ପାଇଁ ୨ଟି ଏମଆଇ ୧୭ ହେଲିକପ୍ଟର ଷ୍ଟାଣ୍ଡବାଇରେ ରଖିଛୁ। ୧୦୦ରୁ ଅଧିକ ଯବାନ ପ୍ରଭାବିତ ଝଡ-ତୋଫାନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଲ୍ଲେଖନୀୟ ଯେ ୨୦୧୨ରେ ନେପାଳରେ ହୋଇଥିବା ପ୍ରବଳ ବର୍ଷା ପରେ ବନ୍ୟାରେ ୨ହଜାର ଘର ନଷ୍ଟ ହୋଇଯାଇଥିଲା। ନେପାଳର ଡାଙ୍ଗ ଜିଲ୍ଲାର ରାପ୍ତି ନଦୀରେ ଆସିଥିବା  ବନ୍ୟାରେ ୨୦୦୦ ରୁ ଅଧିକ ଘର ବୋହି ଯାଇଥିଲା। ଏଥିରେ ୪ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ।