PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ମ୍ୟାଗି ସମେତ ନେସଲେର ୬୦ ପ୍ରତିଶତ ଉତ୍ପାଦନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, କମ୍ପାନୀ ନିଜେ ସ୍ୱୀକାର କଲା

https://zeenews.india.com/

ନୂଆଦିଲ୍ଲୀ ୨/୬: Nestle ର ମ୍ୟାଗି ପୁଣି ଚର୍ଚ୍ଚାରେ । ସୂଚନା ମିଳିଛି ଯେ Nestleର ୬୦ ପ୍ରତିଶତ ପ୍ରଡକ୍ଟ ହିତକର ନୁହେଁ ଅର୍ଥାତ୍ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଏହି ଖୁଲାସା ନିଜେ Nestle ନିଜ ରିପୋର୍ଟ୍ସରେ କରିଛି । ଏହା ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି । ଏଥର Financial Timesରେ ଏକ ବଡ ଖବର ଛପିଛି । ଏହି ରିପୋର୍ଟରେ ନେସଲେ ସ୍ୱୀକାର କରିଛି ଯେ ତାର ୬୦ ପ୍ରତିଶତ ପ୍ରଡକ୍ଟ ହେଲ୍ଦି କାଟାଗୋରୀରେ ଆସୁନି । କମ୍ପାନୀ ଏବେ ନିଜ ପ୍ରଡକ୍ଟ୍ସରେ ନ୍ୟୁଟ୍ରିସନ୍ ଭାଲ୍ୟୁ ବଢାଇବା ପାଇଁ ନୂଆ ରଣନୀତି ଉପରେ କାମ କରୁଛି ।

 ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀର ଅନେକ ପ୍ରଡକ୍ଟ ସ୍ୱାସ୍ଥ୍ୟ ଓ ନ୍ୟୁଟ୍ରିସନ୍ ମାପଦଣ୍ଡ ଅନୁସାରେ ହିତକର ନୁହେଁ । ରିପୋର୍ଟରେ ଲେଖାଯାଇଛି କି ନେସଲେ ଏହାକୁ ସ୍ୱୀକାର ମଧ୍ୟ କରିଛି ଯେ ତାର ୬୦ ପ୍ରତିଶତରୁ ଅଧିକ ମେନଷ୍ଟ୍ରିମ୍ ପ୍ରଡକ୍ଟ ସ୍ୱାସ୍ଥ୍ୟର ସୀକୃତ ପରିଭାଷାକୁ ପୁରା କରୁନି ଏବଂ କିଛି ଉତ୍ପାଦନ ଜମା ହେଲଦି ନୁହେଁ ।

ମାତ୍ର ୩୭ ପ୍ରତିଶତ ପ୍ରଡକ୍ଟର ହେଲ୍ଦ ରେଟିଂ ଭଲ
ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟରେ କୁହାଯାଇଛି ଯେ ଅଷ୍ଟ୍ରେଲିାର ହେଲ୍ଦ ଷ୍ଟାର ରେଟିଂ ସିଷ୍ଟମରେ ଆନିମଲ୍ ଫୁଡ୍ ଓ ମେଡିକାଲ ନ୍ୟୁଟ୍ରିସନକୁ ଛାଡି ନେସଲେର କେବଳ ୩୭ ପ୍ରତିଶତ ଫୁଡ୍ ଏଣ୍ଡ ବେବରେଜ୍ ପ୍ରଡକ୍ଟ୍ସ ହିଁ ୫ରୁ ୩.୫ ରୁ ଅଧିକ ରେଟିଂ ପାଇବାରେ ସଫଳ ରହିଛନ୍ତି । ନେସଲେର କହିବାନୁସାରେ ହେଲ୍ଦ ଷ୍ଟାର ରେଟିଂ ଓ ନ୍ୟୁଟ୍ରି-ସ୍କୋରକୁ ପ୍ରଡକ୍ଟ୍ସର କ୍ୱାଲିଟି ପାଇଁ ଭଲ କୁହାଯାଏ । କମ୍ପାନୀର କହିବାନୁସାରେ ତାର ଅଧାରୁ ଅଧିକ ପ୍ରଡକ୍ଟ ଏହି ହେଲ୍ଦ ସିଷ୍ଟମରେ ଆସୁନି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ନେସଲେ ତରଫରୁ ଜବାବ ଆସିଛି । କମ୍ପାନୀ କହିଛି ଯେ ସେ ଗ୍ରାହକଙ୍କୁ ନ୍ୟୁଟ୍ରିସନାଲ୍ ପ୍ରଡକ୍ଟ ବିକିବା ପାଇଁ ଚେଷ୍ଟା କରୁଛି । କମ୍ପାନୀ ଅନେକ ଉତ୍ପାଦନରୁ ଚିନି ଓ ସୋଡିୟମ୍ ମାତ୍ରା କମାଇଛି । ଗତ ୭ ବର୍ଷରେ ୧୪-୧୫ ପ୍ରତିଶତ ପର୍ଯ୍ୟନ୍ତ ଏମାନଙ୍କ ମାତ୍ରା କମ୍ ହୋଇଛି ଏବଂ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ।