ପ୍ରମୂଖ ଖବର
  • କଟକ : ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ, ଅମିନ
  • ||
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ମନମୁଣ୍ଡା ଓ ଗମ୍ଭାରୀଗୋରାରେ ନେତ୍ର ଉତ୍ସବ ଓ ପ୍ରଭୁଙ୍କ ନବଯୌବନ ବେଶ

Published By : Suraj Kumar | June 26, 2025 8:59 PM

ମନମୁଣ୍ଡା ୨୬।୬:ମନମୁଣ୍ଡା ଶ୍ରୀ ଦଧିବାମନ ଏବଂ ଗମ୍ଭାରୀଗୋରା (ପଦରପଡ଼ା) ଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ର ଉତ୍ସବ ଓ ମହାବାହୁଙ୍କ ନବଯୌବନ ବେଶ ଅନୁଷ୍ଠିତ ହୋଇଯାଇଛି। ଦେବ ସ୍ନାନ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନ କରି ଜ୍ବରରେ ପୀଡ଼ିତ ହୋଇ ଅଣସର ଗୃହରେ ମନମୁଣ୍ଡାର ପୂଜକ ଆଶୁତୋଷ ହୋତା ଏବଂ ଗମ୍ଭାରୀଗୋରାର ପୂଜକ ରମେଶ ହୋତା ଏବଂ ଶୁକଦେବ ହୋତା ପ୍ରଭୁଙ୍କ  ଗୁପ୍ତ ସେବା ଓ ଉପଚାର କରୁଥିଲେ । 

ସକାଳେ ଉଭୟ ପୂଜକ ନିଜ ନିଜ ମନ୍ଦିର  ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରି ଅଣସର ତାଟି ଫିଟାଇଥିଲା। ତାପରେ  ନେତ୍ର ଉତ୍ସବ କରାଯାଇଥିଲା। ଏନେଇ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଓ ହୋମ କରାଯାଇଥିଲା। ଏହାପରେ ମହାପ୍ରଭୁ ନବଯୌବନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ଶତାଧିକ ଭକ୍ତ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦେଖିବାକୁ ଆସିଥିଲେ। ମନମୁଣ୍ଡାରେ ବ୍ରାହ୍ମଣ ଚନ୍ଦ୍ରଶେଖର ରଥ ଓ ମନ୍ଦିର କମିଟି ସଦସ୍ୟ ଗମ୍ଭାରୀଗୋରାରେ ଦେବାଶିଷ ଖମାରୀ, ଗୌତମ ଖମାରୀ ଓ ମନ୍ଦିର କମିଟି ସଦସ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶୁକ୍ରବାର କାଳିଆ ଠାକୁର ରଥାରୂଢ଼ ହୋଇ ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ଯିବା ପାଇଁ ସୁସଜ୍ଜିତ ରଥ ପ୍ରସ୍ତୁତ ହୋଇ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.