ନୂଆଦିଲ୍ଳୀ,୨୦।୪:  ଆସନ୍ତା ୨୪ରେ ଡେରାଡୁନ୍‌ରେ ଅଷ୍ଟମ ବେତମ କମିଶନ କରିବାକୁ ଯାଉଛି ନିଜର ପ୍ରଥମ ବୈଠକ। ଏଥିରେ ଫିଟମେଣ୍ଟ ଫାକ୍ଟର, ମିନିନମ୍ ସାଲାରୀ, ଏଚ୍ଆରଏ ଓ ଫ୍ୟାମିଲି ୟୁନିଟ୍ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ତେବେ କର୍ମଚାରୀ ସଂଗଠନର ପ୍ରତିନିଧି ନ୍ୟାସନାଲ କାଉନସିଲ୍(ଜେସିଏମ୍) ୧୩ ଏପ୍ରିଲରେ ୫୧ ପେଜ୍‌ର ମେମୋରେଣ୍ଡମ ଜାରି କରିଛି। ଯେଉଁଥିରେ କର୍ମଚାରୀଙ୍କ ବହୁ ପ୍ରସଙ୍ଗକୁ ଉଠାଯିବ।

ଜେସିଏମ୍ ସରକାରଙ୍କ ଆଗରେ ଏଭଳି ପ୍ରସ୍ତାବ ରଖିଛି। ଯାହାକି ସରକାରୀ କର୍ମଚାରୀଙ୍କ ଦରମାର ପୁରା ପରିଭାଷା ବଦଳାଇପାରେ। ଏହି ପ୍ରସ୍ତାବରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ‘ଫ୍ୟାମିଲି ୟୁନିଟ୍’କୁ ନେଇ ହୋଇପାରେ ବଡ଼ ପରିବର୍ତ୍ତନ। ଦଶକ ପୂର୍ବରୁ ବେତନ କମିଶନ ଏହା ଭାବିକି ଚାଲୁଥିଲେ, ଯେ ଗୋଟିଏ ପରିବାରରେ ୩ ୟୁନିଟ୍ ରହିଛି। କିନ୍ତୁ ଏବେ ଜେସିଏମ୍ ଏହାକୁ ବଢାଇ ୫ ୟୁନିଟ୍ କରିବାର ଦାବି କରିଛି। ଏଭଳି ମଧ୍ୟ ତର୍କ ରହିଛି ଯେ, ଆଜିର ସମୟରେ ଜଣେ କର୍ମଚାରୀଙ୍କ ଉପରେ ପତ୍ନୀ ଓ ଦୁଇ ସନ୍ତାନ ସହ ବାପା-ମା’ଙ୍କ ମଧ୍ୟ ଦାୟିତ୍ବ ରହିଥାଏ।

ନୂଆ ଗଣିତ ଏଭଳି

କର୍ମଚାରୀ : ୧ ୟୁନିଟ୍

ଜୀବନସାଥି :୧ ୟୁନିଟ୍

ଦୁଇ ସନ୍ତାନ : ୦.୮ + ୦.୮ ୟୁନିଟ୍

ବାପା-ମା : ୦.୮ + ୦.୮ ୟୁନିଟ୍

ମୋଟ୍ :୫.୨ ୟୁନିଟ୍ (ଏହାକୁ ରାଉଣ୍ଡ ଫିଗରରେ ୫ ୟୁନିଟ୍ ମନେକରାଯିବ)

ଦରମାର ପୁରା କାଲକୁଲେସନ୍ ୬୯୦୦୦ କିଭଳି ହେବ ?

ଏପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ ନିର୍ଣ୍ଣୟ କରିବା ପାଇଁ ପୁରୁଣା ମାନଦଣ୍ଡ ଅନୁସରଣ କରାଯାଉଥିଲା। ତେବେ ଅଷ୍ଟମ ବେତନ କମିଶନ ପାଇଁ, ସଂଗଠନଗୁଡ଼ିକ ‘ସାଇଣ୍ଟିଫିକ୍ ଲିଭିଂ ଓ୍ବେଜ୍ ଫର୍ମୁଲା’ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ପରିଷଦ (JCM)ର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର ଏହାର ସମ୍ପୂର୍ଣ୍ଣ କାଲକୁଲେସନ୍ ବୁଝାଇଛନ୍ତି।

ଡାଏଟ୍ ଓ କ୍ୟାଲୋରୀ : ପୂର୍ବରୁ ୨୭୦୦ କ୍ୟାଲୋରୀ ଆଧାରରେ ଖର୍ଚ୍ଚ ହେଉଥିଲା, ଯାହାକୁ ବଢାଇେ ଏବେ ୩୪୯୦ କ୍ୟାଲୋରୀ କରିବାର ପ୍ରସ୍ତାବ ରହିଛି। ଏଥିରେ କ୍ଷୀର,ଫଳ, ପ୍ରୋଟିନ୍ ଓ ପରିବାର ବଢିଥିବା ଦାମ୍ ବି ରହିଛି।

ଅନ୍ୟ ଖର୍ଚ୍ଚ : ଖାଦ୍ୟ,ବସ୍ତ୍ର ଓ ବାସଗୃହ ବ୍ୟତୀତ ପିଲାଙ୍କ ପାଠପଢା, ଭଲ ଜୀବନ ଓ ‘ଡିଜିଟାଲ ଆବଶ୍ୟକତା’ (ଇଣ୍ଟରନେଟ୍/ମୋବାଇଲ) ମଧ୍ୟ ଜରୁରୀ ରହିଛି।

ଫିଟମେଣ୍ଟ ଫାକ୍ଟର : ସପ୍ତମ ବେତନ କମିଶନରେ ଫିଟମେଣ୍ଟ ୨.୫୭ ଥିଲା। ଏଥିର ଏହାକୁ ବଢାଇ ୩.୮୩ କରିବାର ଦାବି ହୋଇଛି।

ଯଦି ସରକାର ଏହି ୫ ୟୁନିଟ୍ ଫର୍ମୁଲା ଓ ୩.୮୩ ଫିଟମେଣ୍ଟ ଫାକ୍ଟର ମାନି ନିଅନ୍ତି, ତେବେ ବର୍ତ୍ତମାନ ୧୮୦୦୦ର ସର୍ବନିମ୍ନ ବେସିକ୍ ସାଲାରୀ ସିଧା ସଳଖ ୬୯୦୦୦ ହୋଇଯିବ।

ଜେସିଏମ୍‌ର ଦାବି ଆଉ କ’ଣ ରହିଛି ?

ବାର୍ଷିକ ଇନକ୍ରିମେଣ୍ଟ : ପ୍ରତି ବର୍ଷ ହେବାକୁ ଥିବା ବେତନ ବୃଦ୍ଧିକୁ ୩% ରୁ ବଢାଇ ୬% କରି ଦିଆଯାଇଛି।

ପେ-ଗ୍ୟାପ୍: ସର୍ବନିମ୍ନ ଓ ସର୍ବାଧିକ ସ୍ତରର ଅଧିକାରୀଙ୍କ ଦରମାରେ ୧:୧୨ରୁ ଅଧିକ ପ୍ରାର୍ଥକ୍ୟ ନହେଉ।

ପେନଶନଧାରୀଙ୍କୁ ଲାଭ : ଏହି ନୁଆ ଫର୍ମୁଲା ନା କେବଳ ଓ୍ବାର୍କିଂ କର୍ମଚାରୀ ବଂର ୨୦୨୬ ପୂର୍ବରୁ ରିଟାୟର ହୋଇଥିବା ପେନଶନଭୋଗୀଙ୍କ ଉପରେ ମଧ୍ୟ ଲାଗୁ ହେବାର ଦାବି କରାଯାଉଛି।

ଏବେ ଆଗକୁ କ’ଣ ହୋଇପାରେ ?

ସରକାର ଅଷ୍ଟମ ବେତନ କମିଶନଙ୍କ ପୋର୍ଟାଲ ଓ MyGov ପ୍ଲାଟଫର୍ମରେ ପରାମର୍ଶ ମାଗିଛନ୍ତି। କର୍ମଚାରୀ ୩୦ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ନିଜର ରାୟ ଦେଇପାରିବେ। ସଂଗଠନ ମତରେ ସାଲାରୀ ବଢିବା ଦ୍ବାରା କମର୍ଚାରୀଙ୍କ ଖର୍ଚ୍ଚ କରିବାର କ୍ଷମତା ବଢିବ, ଯାହାଫଳରେ ଦେଶର ଅର୍ଥବ୍ୟବସ୍ଥାକୁ ଲାଭ ମିଳିବ।
ଆହୁରି ପଢନ୍ତୁ : ଚାକିରିଆଙ୍କ ପାଇଁ ବଡ଼ ଖବର ! ବଢ଼ିପାରେ ପିଏଫ୍ ସୀମା, ଏବେ ୩୦ ହଜାର ଟଙ୍କା ହେବ ସାଲେରୀ ଲିମିଟ୍