ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ର ନୂଆ ପରିସରର ନାଁ ସେବାତୀର୍ଥ ରଖାଯାଇଛି। ଏହି ନୂଆ ପରିସରକୁ ସେଣ୍ଟ୍ରାଲ ଭିଷ୍ଟା ପୁନର୍ବିକାସ ପ୍ରକଳ୍ପ ଅନୁସାରେ ଡିଜାଇନ କରାଯାଇଛି ଏବଂ ଏଥିରେ କଥିତ ଭାବେ ଗୋଟିଏ ଛାତ ତଳେ ଅନେକ ପ୍ରମୁଖ କାର୍ଯ୍ୟାଳୟ ରହିବ।

ପିଏମ୍‌ଓ ଏବେ ସାଉଥ୍‌ ବ୍ଲକ୍‌ରୁ ଏକ ନୂଆ ଅତ୍ୟାଧୁନିକ ପରିସରରେ ସ୍ଥାନାନ୍ତରିତ ହୋଇଯିବ। ଇଣ୍ଡିଆ ଟିଭିର ରିପୋର୍ଟ ଅନୁସାରେ , ପ୍ରଧାନମନ୍ତ୍ରୀ ସେବା ତୀର୍ଥ-୧ରୁ କାର୍ଯ୍ୟ କରିବେ।

ଏହି ଘଟଣାକ୍ରମ ଆଠଟି ରାଜ୍ୟ ଓ ଏକ କେନ୍ଦ୍ର ଶାସିତ ପ୍ରଦେଶ ଦ୍ୱାରା ନିଜର ରାଜ୍ୟପାଳ/ ଉପରାଜ୍ୟପାଳ ଆବାସର ନାଁ ‘ରାଜଭବନ/ ରାଜ ନିବାସ’ରୁ ବଦଳି ‘ଲୋକଭବନ / ଲୋକ ନିବାସ’ କରିବାର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି। ଗୃହ ମନ୍ତ୍ରଣାଳୟ (ଏମଏଚଏ) ଏହି ସମ୍ୱନ୍ଧରେ ଏକ ନିର୍ଦ୍ଦେଶ ଜାରି କରିଛି।

ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକର ରାଜ୍ୟପାଳ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକର ଉପରାଜ୍ୟପାଳଙ୍କ ପ୍ରଧାନ ସଚିବ କିମ୍ୱା ସଚିବଙ୍କୁ ଚିଠି ଜାରି କରି ‘ରାଜଭବନ’ର ନାଁ ବଦଳାଇ ‘ଲୋକଭବନ’ କରିବାକୁ କହିଛି।

ପୂର୍ବରୁ ମଧ୍ୟ ବଦଳିଛି ନାଁ –

ଉଲ୍ଲେଖନୀୟ ଯେ, ମୋଦି ସରକାରଙ୍କ ଗତ ୧୧ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅନେକ ସ୍ଥାନ, ସଡ଼କ ଓ ସଂସ୍ଥାର ନାଁ ବଦଳା ଯାଇଛି। ସବୁଠୁ ପ୍ରମୁଖ ଉଦାହରଣ ରାଜପଥ ,ଯାହାର ନାଁ ବଦଳାଇ ‘କର୍ତ୍ତବ୍ୟ ପଥ ‘  କରି ଦିଆ ଯାଇଛି। ପ୍ରକୃତ କଥା ହେଲା, ‘ରାଜପଥ’ ଶବ୍ଦରେ ରାଜତନ୍ତ୍ର ଓ ଶକ୍ତିର ବୋଧଗମ ହେଉଥିଲା , ଯାହାକି କର୍ତ୍ତବ୍ୟ ପଥ ସ୍ପଷ୍ଟ ଭାବେ ଦର୍ଶାଏ ଯେ, କ୍ଷମତା କୌଣସି ଅଧିକାର କିମ୍ୱା ବିଳାସର ସ୍ଥାନ ନୁହେଁ , ବରଂ ବର୍ତ୍ତବ୍ୟ ଓ ଜନସେବାର ମାର୍ଗ ଅଟେ।