PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଡାଟା ସୁରକ୍ଷା ଆଇନ ଉଲ୍ଲଂଘନ ପଡ଼ିବ ମହଙ୍ଗା: କମ୍ପାନି ଦେବେ ୫୦୦ କୋଟି ଜରିମାନା

ନୂଆଦିଲ୍ଲୀ,୧୯/୧୧: ସୁରକ୍ଷିତ ରହିବ ବ୍ୟକ୍ତିଗତ ଡାଟା । ଏହି କ୍ରମରେ କେନ୍ଦ୍ର ସରକାର ଶୁକ୍ରବାର ‘ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌-୨୦୨୨’ର ଡ୍ରାଫ୍ଟ ଜାରି କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ସୁନିଶ୍ଚିତ କରିବା । ନୂଆ ବିଲ୍‌ରେ ଥିବା ପ୍ରସ୍ତାବ ଅନୁସାରେ, ଲୋକଙ୍କୁ ସେମାନଙ୍କ ବ୍ୟକ୍ତିଗତ ଡାଟାର ସୁରକ୍ଷା ଅଧିକାର ମିଳିବ । ଏହା ସହିତ ବୈଧ ଉଦ୍ଦେଶ୍ୟ ଲାଗି ଡାଟାକୁ ବ୍ୟବହାର କରିବାର ଆବଶ୍ୟକତାକୁ ମଧ୍ୟ ଏ ବିଲ୍‌ ମାନ୍ୟତା ପ୍ରଦାନ କରିବ । ଏହି ବିଲ୍‌ ମାଧ୍ୟମରେ ସରକାର ଲୋକଙ୍କ ବ୍ୟକ୍ତିଗତ ଡାଟାର ଅପବ୍ୟବହାରକୁ ରୋକିବେ । ଆଇନର ଉଲ୍ଲଂଘନ କରୁଥିବା କମ୍ପାନି ତଥା ସଂସ୍ଥାକୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ।

୨୦୧୯ରେ ଜାରି ହୋଇଥିବା ଡ୍ରାଫ୍ଟ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ୍‌ରେ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଥିଲା କିମ୍ବା ସମଗ୍ର ବିଶ୍ୱରେ ଏକ କମ୍ପାନିର ମୋଟ କାରବାରର ୪% ଜରିମାନା ଦେବାକୁ ହେବ ବୋଲି ଉଲ୍ଲେଖ କରାଯାଇଥିଲା । ପୂର୍ବ ଡାଟା ସୁରକ୍ଷା ବିଲ୍‌କୁ ଏ ବର୍ଷ ଆରମ୍ଭରେ ସଂସଦର ମୌସୁମୀ ଅଧିବେଶନ ସମୟରେ ରଦ୍ଦ କରାଯାଇଥିଲା । ଏବେ ସରକାର ଏହାର ନାଁ ବଦଳାଇ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ୟୁଜର ଡାଟା ସହ ଜଡ଼ିତ ଆଇନ ଉପରେ ଜୋର ଦେଉଛି । କେନ୍ଦ୍ରୀୟ ରେଳ,ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌-୨୦୨୨ ଉପରେ ଲୋକଙ୍କ ମତାମତ ମାଗିଛନ୍ତି । ଡିସେମ୍ବର ୧୭ ଯାଏ ଜନସାଧାରଣ ଏହାକୁ ନେଇ ନିଜ ନିଜର ମତାମତ ଦେଇପାରିବେ । ସଂସଦର ପରବର୍ତ୍ତୀ ଅଧିବେଶନରେ ଏହାକୁ ଆଗତ କରାଯିବ ।

ୟୁଜରଙ୍କ ଡାଟାର ଅପବ୍ୟବହାର କରୁଥିବା କିଛି ଆଗଧାଡିର ସୋସିଆଲ ମିଡିଆ ଏବଂ ଟେକ୍‌ କମ୍ପାନିଗୁଡ଼ିକ ଉପରେ ଏହି ଡ୍ରାଫ୍ଟ ଲଗାମ କଷିବ । ଡିଜିଟାଲ ବ୍ୟକ୍ତିଗତ ଡାଟା ବିଲ୍‌ରେ କୁହାଯାଇଛି ଯେ, ଡାଟା ଏକତ୍ର କରୁଥିବା କମ୍ପାନିଗୁଡ଼ିକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ନିଜ ପାଖରେ ରଖିବା ବନ୍ଦ କରନ୍ତୁ । ଏଥିରେ ଆହୁରି କୁହାଯାଇଛି ଯେ, ଆଇନଗତ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ଆବଶ୍ୟକ ନ ହେଲେ ୟୁଜରଙ୍କ ଡାଟା ନିଜ ପାଖରେ ରଖିବା ଉଚିତ ନୁହେଁ । ନୂଆ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ ବାୟୋମେଟ୍ରିକ୍‌ ଡାଟାର ମାଲିକଙ୍କୁ ବି ପୂର୍ଣ୍ଣ ଅଧିକାର ଦେଉଛି । ଏପରିକି ଯଦି କୌଣସି ନିଯୁକ୍ତିଦାତାଙ୍କୁ ଉପସ୍ଥିତି ରେକର୍ଡ ରଖିବା ପାଇଁ କର୍ମଚାରୀଙ୍କ ବାୟୋମେଟ୍ରିକ୍‌ ଡାଟାର ଆବଶ୍ୟକ ପଡ଼େ, ତେବେ ଏଥିପାଇଁ ବି କର୍ମଚାରୀଙ୍କ ସହମତି ନେବାକୁ ପଡ଼ିବ ।

ନୂଆ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ କେୱାଇସି ଡାଟାକୁ ବି ପ୍ରଭାବିତ କରିବ । ପ୍ରତି ଥର ସଞ୍ଚୟ ଖାତା ଖୋଲିବା ବେଳେ କେୱାଇସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିବନ୍ଧର ଆବଶ୍ୟକତା ପଡ଼ିଥାଏ । ଏହି ପ୍ରକ୍ରିୟା ଅଧୀନରେ ଏକତ୍ର କରାଯାଇଥିବା ତଥ୍ୟ ବି ନୂଆ ଡାଟା ସୁରକ୍ଷା ବିଲ୍‌ ପରିସରଭୁକ୍ତ । ବ୍ୟାଙ୍କଗୁଡ଼ିକୁ ଆକାଉଣ୍ଟ ବନ୍ଦ କରିବାର ୬ ମାସରୁ ଅଧିକ ସମୟ ପାଇଁ କେୱାଇସି ଡାଟାକୁ ନିଜ ପାଖରେ ରଖିବାକୁ ହେବ । ପିଲାଙ୍କ ବ୍ୟକ୍ତିଗତ ଡାଟା ଏକତ୍ର କରିବା ଏବଂ ରଖିବା ପାଇଁ ନିୟମର ଏକ ନୂଆ ସେଟ୍‌ ବି ପ୍ରସ୍ତୁତ କରାଯାଇଛି । ଡାଟା ମାଗୁଥିବା କମ୍ପାନିଗୁଡ଼ିକୁ ଡାଟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମାତା ପିତା କିମ୍ବା ଅଭିଭାବକଙ୍କ ସହମତି ଲୋଡ଼ା । ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ମଧ୍ୟ ଏହା ସୁନିଶ୍ଚିତ କରିବାକୁ ହେବ ଯେ, ଟାର୍ଗେଟେଡ୍‌ ବିଜ୍ଞାପନ ପାଇଁ ପିଲାମାନଙ୍କ ଡାଟାକୁ ଟ୍ରାକ୍‌ କରାଯ

ସମ୍ବନ୍ଧିତ ଖବର