ରାଜ୍ୟରେ ଘୋଷଣା ହେଲା ନୂଆ ଅବକାରୀ ନୀତି; ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ଲାଗି ଆପ୍ଲିକେସନ୍ ଫି’ ବଢିବ

ଭୁବନେଶ୍ୱର ୩୦/୦୩: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି। ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ନୀତି ଅନୁସାରେ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ଲାଗି ଆପ୍ଲିକେସନ୍ ଫି’ ବଢିବା ସହିତ ଆପ୍ଲିକେସନ୍ ଫି’ ୧ ଲକ୍ଷ ୧୦ ହଜାରରୁ ୧ ଲକ୍ଷ ୨୦ ହଜାରକୁ ବୃଦ୍ଧି କରାଯାଇଛି। ଲେବଲ ରେଜିଷ୍ଟ୍ରେସନ୍ ଫି’କୁ ମଧ୍ୟ ୪୦ ହଜାରରୁ ବୃଦ୍ଧି କରି ୫୦ ହଜାର କରାଯିବ। ଅବକାରୀ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୂଆ ଅବକାରୀ ପଲିସି ଅନୁସାରେ ୨୦୨୩-୨୪ରେ ଗ୍ରାମାଞ୍ଚଳରେ ଖୋଲିବନି ନୂଆ ଅନ୍ ସପ୍ ବା ବାର, ସହରାଞ୍ଚଳରେ ରୁମ୍ ବ୍ୟବସ୍ଥା ଥିବା ହୋଟେଲକୁ ମିଳିବ ବାର୍ ଅନୁମତି।