ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନଭେମ୍ବର ୧୫ରେ ‘ଓଡ଼ିଆ ଅସ୍ମିତା ଭବନ’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ, ପ୍ରଦର୍ଶିତ ହେବ ୩୬୦ ଡିଗ୍ରୀରେ ଓଡ଼ିଶା

Published By : Prameya | November 7, 2024 9:02 AM

ଭୁବନେଶ୍ୱର,୦୭/୧୧: ‘ଅକ୍ଷର ଭୂମି’ ଆଗରେ ନିର୍ମାଣ ହେବ ‘ଓଡ଼ିଆ ଅସ୍ମିତା ଭବନ’ ।  ଭୁବନେଶ୍ୱର ଗଜପତି ନଗରରେ ‘କଳାମଣ୍ଡଳ’ ପରିସରରେ ଥିବା ଏହି ‘ଅକ୍ଷରଭୂମି’ ଆଗରେ ‘ଓଡ଼ିଆ ଅସ୍ମିତା’ ତା’ର ମହିମା ଗାଇବ। ସମଗ୍ର  ଓଡ଼ିଶାକୁ ଜାବୁଡ଼ି ତା’ର ଗରିମା ପ୍ରଦର୍ଶନ କରିବ । ଏନେଇ ସରକାର ଯେଉଁ ସ୍ୱପ୍ନ ଦେଖିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ବାସ୍ତବରେ ପରିଣତ  ହେବାକୁ ଯାଉଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।  

ଆସନ୍ତା ନଭେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି  ସମୟରେ ସେ ଅନେକ ପ୍ରକଳ୍ପର ଶୁଭାରମ୍ଭ,  ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହି  ଅବସରରେ ସେ ‘ଓଡ଼ିଆ ଅସ୍ମିତା ଭବନ’ର  ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ‘ଅକ୍ଷର ଭୂମି’ ଆଗରେ ସାଢ଼େ ୪ ଏକର  ଜମି ବିବାଦ ଭିତରେ ଥିଲା । ସେ ଅଡ଼ୁଆ ତୁଟି  ତାହା ସରକାରଙ୍କ ହାତକୁ ଆସିବା ପରେ ସରକାର  ଏବେ ସେଠି ତାଙ୍କ ସ୍ୱପ୍ନକୁ ରୂପ ଦେବାକୁ ନିଷ୍ପତ୍ତି  ନେଇଛନ୍ତି । ଏହି ଭବନ କେବଳ ସରକାରୀ ଭବନ  ହୋଇ ରହିବ ନାହିଁ । ଏଠି ଶାସନ, ପ୍ରଶାସନିକ କାର୍ଯ୍ୟ  ବା ଫାଇଲ୍‌ ଚାଷ ହେବନି । ବରଂ ୩୬୦ ଡିଗ୍ରୀରେ  ସମଗ୍ର ଓଡ଼ିଶାକୁ ପ୍ରଦର୍ଶିତ କରାଯିବା ବ୍ୟବସ୍ଥା ହେବ । ୪ରୁ ୫ ମହଲା ବିଶିଷ୍ଟ ଏକ କୋଠା ନିର୍ମାଣ ହେବ । ଯେଉଁଠିକୁ ବୁଲି ଆସିଲେ ଜଣେ  ଓଡ଼ିଶା ଓ ‘ଓଡ଼ିଆ ଅସ୍ମିତା’ ସମ୍ପର୍କରେ ଜାଣିପାରିବେ । ଗୋଟିଏ ମହଲାରେ ଜନଜାତି, ଗୋଟିଏ ମହଲାରେ  ପର୍ଯ୍ୟଟନ, ଅନ୍ୟଟିରେ ବରପୁତ୍ର ବା ମହାପୁରୁଷଙ୍କ  ସମ୍ପର୍କିତ ତଥ୍ୟକୁ ଭିନ୍ନ ଭିନ୍ନ ମାଧ୍ୟମରେ ଉପସ୍ଥାପିତ  କରାଯିବ । ଏପରିକି ଭର୍ଚୁଆଲ୍‌ ବା ଡିଜିଟାଲ୍‌ ମାଧ୍ୟମରେ  ୩୬୦ ଡିଗ୍ରୀରେ ଓଡ଼ିଶା ଚିତ୍ରକୁ ପ୍ରଦର୍ଶନ କରାଯିବ । ସେଥିପାଇଁ ସରକାର ବଜେଟ୍‌ରେ ୨୦୦ କୋଟିର ଆର୍ଥିକ  ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ।  

ଗତ ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ  ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ୨ ତାରିଖ  ସନ୍ଧ୍ୟାରେ ‘ଅକ୍ଷର ଭୂମି’ ଲୋକାର୍ପିତ ହୋଇଥିଲା ।  ୬ଟି ପଥର କାନ୍ଥରେ ଖଣ୍ଡୋଲାଇଟ୍‌ ପଥରରେ ଓଡ଼ିଆ  ଅକ୍ଷରଗୁଡ଼ିକ ସୁନ୍ଦର ଭାବେ ଖୋଦେଇ ହୋଇ ସ୍ଥାପିତ ହୋଇଥିଲା । ପଥର କାନ୍ଥ ମଝିରେ ବଡ଼ ଆକାରରେ  ଓଡ଼ିଆ ଅକ୍ଷର ‘ଅ’ ରହିଛି । ସେଥିରେ ଲାଗିଥିବା  ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ଗୁଡ଼ିକ ସନ୍ଧ୍ୟାରେ ଅକ୍ଷର  କାନ୍ଥକୁ ଅଧିକ ଆକର୍ଷଣୀୟ କରୁଛି । ‘ଅକ୍ଷର ଭୂମି’  ଠିକ୍‌ ମଝି ମଣ୍ଡପରେ ମୁକ୍ତେଶ୍ୱର ମନ୍ଦିରରେ ଥିବା ତୋରଣ ପରି ତିଆରି ହୋଇଛି, ଯାହାର ମଝିରେ  ଓଡ଼ିଆ ବର୍ଣ୍ଣମାଳାର ବଡ଼ ‘ଅ’ ଅକ୍ଷରଟି ସ୍ପଷ୍ଟ ଦିଶୁଛି,  ଏହା ଅନ୍ୟତମ ଆକର୍ଷଣ ସୃଷ୍ଟି କରୁଛି । ଏହା ପ୍ରାୟ ୮୦  ଲକ୍ଷ ଟଙ୍କା ଖର୍ଚ୍ଚରେ ସ୍ପାନ୍‌ ଇନ୍‌ଫ୍ରା ବିଲ୍‌ଡର୍ସ ଦ୍ୱାରା ନିର୍ମାଣ  ହୋଇଥିଲା । ୪୦ ମିଟର ଲମ୍ବ ଓ ଚଉଡ଼ାରେ ଏହି ସ୍ମାରକୀ ଓଡ଼ିଆର ପରିଚୟ ଦେଉଛି । ଭାଷା ସମ୍ମିଳନୀକୁ  ସ୍ମରଣୀୟ କରିବା ଲାଗି ଏହା ନିର୍ମାଣ ହୋଇଥିଲା । ଏବେ  ତା’ ଆଗରେ ‘ଓଡ଼ିଆ ଅସ୍ମିତା ଭବନ’ ଛିଡ଼ା ହେବ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.