ନୂଆଦିଲ୍ଲୀ,୨୮/୧୦: ମାରୁତି ସୁଜୁକି ଏହାର ସବୁଠାରୁ ଅଧିକ ବିକ୍ରି ହେଉଥିବା ସେଡାନ ଡିଜାୟାର ଫେସ୍‌ଲିଫ୍‌ଟ ଭର୍ସନ ନଭେମ୍ବର ୧୧ରେ ଲଞ୍ଚ କରିବ । ୪ର୍ଥ ପିଢ଼ିର ମାରୁତି ସୁଜୁକି  ଡିଜାୟାର କମ୍ପାନିର ହ୍ୟାଚ୍‌ ବ୍ୟାକ୍‌ ମାରୁତି ସ୍ୱିଫ୍‌ଟ ପ୍ଲାଟଫର୍ମରେ ରହିବ । ମାତ୍ର ଏହାର ଡିଜାଇନ ସମ୍ପୂର୍ଣ୍ଣ ଭିନ୍ନ ରହିବ । କାରଟିରେ ସନ୍‌ରୁଫ, ୬ ଏୟାରଗବ୍ୟାଗ ଷ୍ଟାଣ୍ଡାର୍ଡ ବିଭିନ୍ନ ସେଗ୍‌ମେଣ୍ଟରେ  ଫାଷ୍ଟ ଫିଚର ସହ ବଜାରକୁ ଆସିବ । ଏହି ସେଡାନର ୫ଟି  ଭାରିଆଣ୍ଟ ଏଲ୍‌ଏକ୍ସଆଇ, ଭିଏକ୍ସଆଇ, ଭିଏକ୍ସଆଇ(ଓ),  ଜେଡ୍‌ଏକ୍ସଆଇ ଏବଂ ଜେଡଏକ୍ସଆଇ ପ୍ଲସ୍‌ ମଡେଲ ବଜାରକୁ  ଛାଡିବ କମ୍ପାନି । ଅପ୍‌ଟେଡ ମଡେଲଟିର ବଜାର ଦର ୬.୯୯  ଲକ୍ଷ ଟଙ୍କା ରହିବା ନେଇ ଆଶା କରାଯାଉଛି ।