ଭୁବନେଶ୍ଵର, ୧/୧୨ : ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ଯୋଡି ହେବ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ। ରାଜ୍ୟରେ ନିର୍ମାଣ ହେବ ନୂତନ ମଡେଲ ଜିଲ୍ଲପାଳ କାର୍ଯ୍ୟାଳୟ। ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲାଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ବୃହତ, ମଧ୍ୟମ ଓ କ୍ଷୁଦ୍ର ଭାବାରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି।
ବୃହତ ବର୍ଗରେ ସମ୍ବଲପୁର, ପୁରୀ, କେଉଁଝର, କଟକ ଓ ମୟୂରଭଞ୍ଜ ଜିଲ୍ଲା ରହିଛି। ମଧ୍ୟମ ବର୍ଗରେ କନ୍ଧମାଳ, ରାୟାଗଡ଼ା, ବାଲେଶ୍ଵର, ଯାଜପୁର, ବଲାଙ୍ଗୀର, ଖୋର୍ଦ୍ଧା, କଳାହାଣ୍ଡି, ଭଦ୍ରକ, ବରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଅନୁଗୁଳ, ନବରଙ୍ଗପୁର, ଢ଼େଙ୍କାନାଳ ଓ ଜଗତସିଂହପୁର ଜିଲ୍ଲା ରହିଛି। କ୍ଷୁଦ୍ର ବର୍ଗରେ ନୟାଗଡ଼, ମାଲକାନଗିରି, ନୂଆପଡା, ସୁବର୍ଣ୍ଣପୁର, ଝାରସୁଗୁଡା, ଗଜପତି, ବୌଦ୍ଧ, ଦେଓଗଡ଼ ଜିଲ୍ଲା ରହିଛି।
ଜିଲ୍ଲାପାଳ ଅଫିସର ମୋଟ କ୍ଷେତ୍ରଫଳ ଉପରେ ଆଧାର କରି ତିନି ପ୍ରକାରର କୋଠା ରହିବ। ବଡ଼ ଜିଲ୍ଲା ପାଇଁ ୧ ଲକ୍ଷ ୭୦ ହଜର ବର୍ଗଫୁଟ, ମଧ୍ୟମ ଜିଲ୍ଲା ପାଇଁ ୧ ଲକ୍ଷ ୪୦ ହଜାର ବର୍ଗଫୁଟ, ଛୋଟ ଜିଲ୍ଲା ପାଇଁ ୧ ଲକ୍ଷ ବର୍ଗଫୁଟ ଯେତ୍ରଫଳ ବିଶିଷ୍ଟ କୋଠା ନିର୍ମାଣ ହେବ। ସେହିପରି ଭୁବନେଶ୍ୱରରେ ନୂତନ ସ୍ୱତନ୍ତ୍ର ସର୍କିଟ୍ ହାଉସ୍, ଭୁବନେଶ୍ୱରରେ ରାଜସ୍ୱ ଭବନ ଏବଂ କଟକରେ ନୂତନ ରାଜସ୍ୱ ବୋର୍ଡ ଏବଂ ଆରଡିସି କୋଠା ନିର୍ମାଣ ହେବ।