ଭୁବନେଶ୍ୱର, ୧୫/୦୩: ଓଡ଼ିଆ ଚଳଚ୍ଚିତ୍ର "କାଙ୍ଗୁଲା’- ମା’ କାଳୀର ଦଣ୍ଡନାଚର ଟିଜର୍ ମୁକ୍ତିପ୍ରାପ୍ତ ହୋଇଛି । ତା’ ସହିତ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା ହୋଇଛି । ଆସନ୍ତା ଏପ୍ରିଲ୍ ୨୪ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସ୍ଥିର ହୋଇଛି । ସତ୍ୟନାରାୟଣ ପ୍ରଡକ୍ସନ୍ସ ଏବଂ ସମ୍ବିତ ଆଚାର୍ଯ୍ୟ ଫିଲ୍ମସ୍ ଦ୍ୱାରା ପ୍ରଯୋଜିତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଶ୍ୱିନ ତ୍ରିପାଠୀ ଦେଇଥିଲା ବେଳେ ସଙ୍ଗୀତ ଦାୟିତ୍ୱରେ ରହିଛନ୍ତି ବୈଦ୍ୟନାଥ ଦାଶ, ଜେଏନ୍ ପଦ୍ମା ଏବଂ ସୁମିତ ଦୀକ୍ଷିତ ।
ଚଳଚ୍ଚିତ୍ରର କାହାଣୀ ଓଡ଼ିଶାର କାଙ୍ଗୁଲା ଗ୍ରାମରେ ଅବସ୍ଥିତ । ଏହା ଏକ ସ୍ୱଚ୍ଛନ୍ଦ ବାଳକର କାହାଣୀ, ଯାହାର ଜୀବନ କାଙ୍ଗୁଲା ମା’ର ପବିତ୍ର ଉତ୍ସବ ସମୟରେ ବଦଳିଯାଏ । ଏହାର ବିଭିନ୍ନ ଭୂମିକାରେ ପ୍ରଯୋଜକ ତଥା ଅଭିନେତା ସମ୍ବିତ ଆଚାର୍ଯ୍ୟ, ସୂର୍ଯ୍ୟମୟୀ ମହାପାତ୍ର, ଅଭିଷେକ ଗିରି, ସୁଶାନ୍ତ ଦାଶ ମହାପାତ୍ର, ଶ୍ରୀତମ ଦାଶ, ପୁପିନ୍ଦର, ନବପ୍ରୀତ, ପ୍ରଦ୍ୟୁମ୍ନ ଲେଙ୍କା, ଚେଣ୍ଟ, ଡଲି ଆପା ଓ ଭକ୍ତି ପ୍ରମୁଖ ଅଭିନୟ କରିଛନ୍ତି ।
ଅଧିକ ପଢ଼ନ୍ତୁ :- ଆରମ୍ଭ ହେଲା ‘ଧୁରନ୍ଧର୍-୨’ର ଆଡ୍ଭାନ୍ସ ବୁକିଂ, ହୋଇପାରେ ବର୍ଷର ସବୁଠୁ ବଡ଼ ଓପନର୍