ନୂତନ ସଂସଦ ଭବନ ଉଦ୍ଘାଟନରେ ସାମିଲ ହେବ ବିଜେଡି; ସୂଚନା ଦେଲେ ସାଂସଦ ସସ୍ମିତ ପାତ୍ର

Image Courtesy: Swarajya
ଭୁବନେଶ୍ୱର, ୨୪/୦୫: ମଇ ୨୮ରେ ଉଦ୍ଘାଟନ ହେବ ନୂଆ ସଂସଦ ଭବନ। ତେବେ ଏହାର ଉଦଘାଟନୀ ସମାରୋହରେ ୧୯ ବିରୋଧି ରାଜନୈତିକ ଦଳ ସାମିଲ ହେବେନାହିଁ ବୋଲି ନିଷ୍ପତ୍ତି ନେଇଥିବା ବେଳେ ଏଥିରେ ସାମିଲ ହେବାକୁ ଘୋଷଣା କରିଛି ବିଜୁ ଜନତା ଦଳ। ବିଜେଡି ସାଂସଦ ସସ୍ମିତ୍ ପାତ୍ର ଏନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଶିରୋମଣୀ ଅକାଳୀ ଦଳ ଓ ଆନ୍ଧ୍ର ପ୍ରଦେଶରେ କ୍ଷମତାରେ ଥିବା ଓ୍ବାଇଏସଆର କଂଗ୍ରେସ ମଧ୍ୟ ନୂତନ ସଂସଦ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ଘୋଷଣା କରିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂସଦ ଭବନ ଉଦଘାଟନକୁ ବିରୋଧ କରି କଂଗ୍ରେସ, ଆମ ଆଦମୀ ପାର୍ଟୀ ସମେତ ୧୯ ବିରୋଧୀ ଦଳ ସମାରୋହକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏପରି ସ୍ଥିତିରେ ଅକାଳୀ ଦଳ ଏବଂ ଓ୍ବାଇଏସଆର କଂଗ୍ରେସ ଏବଂ ବିଜେଡିର ସମାରୋହରେ ଯୋଗଦେବା, ବିରୋଧୀଙ୍କ ବୟକଟ୍ ମଧ୍ୟରେ କେନ୍ଦ୍ରକୁ ଆଶ୍ବସ୍ତି ଦେଇଛି । ସୂଚନାଥାଉକି, ନୂତନ ସଂସଦ ଭବନର ଉଦଘାଟନ ମଇ ୨୮ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।