PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ନ୍ୟୁଜ-୭ର ନୂଆ କାର୍ଯ୍ୟକ୍ରମ ‘ବାଇକ୍‌ ରିପୋର୍ଟର’

ଭୁବନେଶ୍ୱର, ୪ା୪(ବ୍ୟୁରୋ): ନ୍ୟୁଜ-୭ ପକ୍ଷରୁ ବୁଧବାର ଏକ ନୂଆ କାର୍ଯ୍ୟକ୍ରମ ‘ବାଇକ୍‌ ରିପୋର୍ଟର’ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦୁଇଜଣ ମହିଳା ସାମ୍ବାଦିକ ଇତିଶ୍ରୀ ନାୟକ ଓ ମଧୁ ଭୁବନେଶ୍ୱରର କିଛି ଲୋକଙ୍କୁ ବାଇକ୍‌ ଯୋଗେ ଯାଇ ଭେଟିଛନ୍ତି । ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଲୋକେ ତାଙ୍କ ବିଧାନସଭା ଓ ଲୋକସଭା କ୍ଷେତ୍ରର ଆଶାୟୀ ପ୍ରାର୍ଥୀଙ୍କୁ ନେଇ କିଭଳି ମନୋଭାବ ପୋଷଣ କରୁଛନ୍ତି ତାହା ପରଖିଛନ୍ତି । ସେମାନେ ଆଗାମୀ ଦିନରେ ଭୁବନେଶ୍ୱରର ଅନ୍ୟାନ୍ୟ ସ୍ଥାନକୁ ଯାଇ ଭୋଟ୍‌ ଉପରେ ଲୋକଙ୍କ ମତାମତ ନେବେ । ଏପରିକି ଭୁବନେଶ୍ୱରର ୪ଟି ବିଧାନସଭା କ୍ଷେତ୍ରର ଜନତାଙ୍କୁ ଭେଟିବେ । ଏହି ସବୁ ବିଧାନସଭା କ୍ଷେତ୍ରରେ କେଉଁ ଦଳର ପ୍ରଭାବ ବେଶୀ ରହିଛି ଓ ଲୋକେ କେଉଁ ନେତାଙ୍କୁ ଅଧିକ ପସନ୍ଦ କରୁଛନ୍ତି ସେମାନଙ୍କଠାରୁ ବୁଝିବେ ।

ଭୁବନେଶ୍ୱରର ଉଭୟ ସହରବାସୀ ଓ ବସ୍ତି ବାସିନ୍ଦାଙ୍କ ପାଖକୁ ଉଭୟ ସାମ୍ବାଦିକ ଯିବେ । ସେମାନଙ୍କୁ ଭୋଟ୍‌ ଦେବାକୁ ସଚେତନ କରିବେ । ନୂଆ କରି ଆରମ୍ଭ ହୋଇଥିବା ଏହି ‘ବାଇକ୍‌ ରିପୋର୍ଟର’ କାର୍ଯ୍ୟକ୍ରମକୁ ନ୍ୟୁଜ-୭ର ସିଇଓ ସୁନିଲ କୁମାର ଦାସ, ନ୍ୟୁଜ-୭ ଏଡିଟର ଅର୍ଦ୍ଧେନ୍ଦୁ ଦାସ, ବିଜ୍ଞାପନ ବିଭାଗ ଭାଇସ୍‌ ପ୍ରେସିଡେଣ୍ଟ ଲିଙ୍ଗରାଜ ଲେଙ୍କା ପ୍ରମୁଖ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ‘ରାପିଡୋ’ର ମ୍ୟାନେଜର ଶୁଭାଶିଷ ରଥ, ୟାମାହା କେ୨କେ ଅଟୋମୋବାଇଲସ୍‌ର ମ୍ୟାନେଜର ସନ୍ଦୀପ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ପ୍ରାୟୋଜକ ଅଛନ୍ତି ୟାମାହା’ର ଜେଡ୍‌-ଆର ଏବଂ ରାପିଡୋ । ଏହା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।