ଭୁବନେଶ୍ବର, ୩୦।୧୦ :  ନଭେମ୍ବରରେ ମିଳିବ ନୂଆ ରାସନ କାର୍ଡ। ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ  କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। 

ନୂଆ ରାସନ କାର୍ଡ ପାଇଁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ଆବେଦନ କରିଛନ୍ତି।  କେବଳ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ସେଥିପାଇଁ ଚାଲିଛି ଇ -କେୱାସି ଯାଞ୍ଚ।ଏଥିରୁ ଅନେକ ଅଯୋଗ୍ୟ ବାହାରିବେ। ଏହା ପରେ ନୂଆ ହିତାଧିକାରୀଙ୍କୁ ରାସନକାର୍ଡ ଦିଆଯିବ। ନଭେମ୍ବରରୁ ନୂଆ ରାସନ କାର୍ଡ ମିଳିବ  ବୋଲି ମନ୍ତ୍ରୀ କହିଛନ୍ତି।