ପ୍ରମୂଖ ଖବର
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

Pahalgam Attack: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ନୂଆ ଅପଡେଟ; ୨୨ ଘଣ୍ଟାର ପାଦଚଲା ରାସ୍ତା ଅତିକ୍ରମ କରି ଆକ୍ରମଣସ୍ଥଳରେ ପହଞ୍ଚିଥିଲେ ଆତଙ୍କୀ

Published By : Bijay Swain | April 27, 2025 6:32 PM

Image courtesy: indiatoday

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଗତ ମଙ୍ଗଲବାର ଘଟିଥିବା ଭୟଙ୍କର ଆତଙ୍କୀ ଆକ୍ରମଣ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ମିଳିବାରେ ଲାଗିଛି। ଏହି ଆକ୍ରମଣ ପାଇଁ ପହଲଗାମ ଆସିଥିବା ଆତଙ୍କବାଦୀମାନେ କୋକେରନାଗ ଜଙ୍ଗଲରୁ ବାଇସରଣ ଉପତ୍ୟକା ପର୍ଯ୍ୟନ୍ତ ପ୍ରାୟ ୨୦ ରୁ ୨୨ ଘଣ୍ଟାର ବନ୍ଧୁର ଭୂମିକୁ ପାଦରେ ଚାଲିଚାଲି ଅତିକ୍ରମ କରିଥିବା ବିସ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। 

ଖବର ଅନୁଯାୟୀ, ଆକ୍ରମଣକାରୀମାନଙ୍କ ମଧ୍ୟରେ ଚାରି ଜଣ ଆତଙ୍କୀ ରହିଥିଲେ। ଯେଉଁମାନଙ୍କ ମଧ୍ୟରେ ତିନି ଜଣ ବିଦେଶୀ (ପାକିସ୍ତାନୀ) ଆତଙ୍କବାଦୀ ଏବଂ ଜଣେ ସ୍ଥାନୀୟ ଆତଙ୍କବାଦୀ ଅଦିଲ ଠୋକର ରହିଥିଲେ। ଅଦିଲ ଠୋକର ୨୦୧୮ରେ ହିଜବୁଲ ମୁଜାହିଦ୍ଦୀନରେ ଯୋଗ ଦେଇଥିଲେ। ପରେ ବୈଧ ଦସ୍ତାବିଜ ବ୍ୟବହାର କରି ପାକିସ୍ତାନକୁ ଯାଇ ଲସ୍କର-ଏ-ତୋଇବାରୁ ଯୁଦ୍ଧ ତାଲିମ ମଧ୍ୟ ନେଇଥିଲେ। ୨୦୨୪ରେ ସେ କାଶ୍ମୀର ଉପତ୍ୟକାକୁ ଫେରିଥିଲେ ଏବଂ ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ସ୍ଥାନୀୟ ସହାୟତା ଯୋଗାଉଥିଲେ ବୋଲି ଜଣାପଡିଛି।

ଏହି ଆକ୍ରମଣ ସମୟରେ ଆତଙ୍କବାଦୀମାନେ ଜଣେ ସ୍ଥାନୀୟ ବାସିନ୍ଦା ଓ ଜଣେ ପର୍ଯ୍ୟଟକଙ୍କ ମୋବାଇଲ ଫୋନ ଛଡ଼ାଇ ନେଇଥିଲେ। ବାଇସରଣ ଉପତ୍ୟକା, ଯାହାକୁ 'ମିନି ସ୍ଵିଟ୍ଜରଲ୍ୟାଣ୍ଡ' ଭାବେ ମଧ୍ୟ ଜଣାଯାଏ, ଏକ ଜନପ୍ରିୟ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ। ଏହା ପହଲଗାମ ସହରଠାରୁ ପ୍ରାୟ ୫.୫ କିଲୋମିଟର ଦୂରରେ ଅବସ୍ଥିତ। ଏଠାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ କେବଳ ପାଦରେ କିମ୍ୱା ତଟୁ ଘୋଡ଼ାର ବ୍ୟବହାର କରିବାକୁ ପଡିଥାଏ। 

ଏହି ଆକ୍ରମଣ ଦାୟିତ୍ତ୍ୱ ପାକିସ୍ତାନ ସମର୍ଥିତ ଲସ୍କର-ଏ-ତୋଇବାର ଏକ ଛାୟା ସଂଗଠନ ଦି ରେସିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନିଜ ମୁଣ୍ଡରେ ନେଇଛି। ଆକ୍ରମଣକାରୀମାନେ ସୈନ୍ୟ ପୋଷାକରେ ଥିଲେ ଏବଂ ପର୍ଯ୍ୟଟକମାନଙ୍କୁ ଅତି ନିକଟରୁ ଗୁଳି କରିଥିଲେ। ଆତଙ୍କବାଦୀମାନେ ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ରେକି କରିଥିଲେ। ଏହାସହ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ଘନ ଜଙ୍ଗଲରେ ଲୁଚିବା ପାଇଁ ଜାଗା ମଧ୍ୟ ତିଆରି କରିଥିଲେ ବୋଲି ସୂଚନା ମିଲିଛି । 

ଏହି ଘଟଣା ପରେ ଭାରତୀୟ ସୁରକ୍ଷା ବାହିନୀ ଅଞ୍ଚଳଟିକୁ ଘେରାବନ୍ଦୀ କରି ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଛି। ଅନେକ ଆତଙ୍କବାଦିଙ୍କୁ ସେନା ନିଜ ହେପାଜତକୁ ନେବା ସହ ଅନେକ ଆତଙ୍କୀଙ୍କ ଘରକୁ ଭାଙ୍ଗିଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆକ୍ରମଣର ତୀବ୍ର ନିନ୍ଦା କରି କହିଛନ୍ତି ଯେ, ଦୋଷୀମାନଙ୍କୁ ଛଡ଼ା ଯିବ ନାହିଁ। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପାହାଲଗାମ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। 

ଏହି ଆକ୍ରମଣ କାଶ୍ମୀର ଉପତ୍ୟକାରେ ଶାନ୍ତି ଓ ପର୍ଯ୍ୟଟନ ଉପରେ ଏକ ବଡ଼ ଆଘାତ ବୋଲି ବିବେଚନା କରାଯାଉଛି। ସ୍ଥାନୀୟ ଲୋକମାନଙ୍କ ସହ ବିଭିନ୍ନ ଦଳର ରାଜନୈତିକ ନେତାମାନେ ଏହାକୁ ନିନ୍ଦା କରିବା ସହ ଏକତା ଓ ଶାନ୍ତିର ବାର୍ତ୍ତା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.