ଭୁବନେଶ୍ବର,୬।୪ : ୧୪ ବିଶ୍ବବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ନୂଆ କୁଳପତି ନିଯୁକ୍ତ କଲେ କୁଳାଧିପତି ତଥା ରାଜ୍ୟପାଳ ହରିବାବୁ କମ୍ଭମପାଟି। ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ। ସେହିପରି ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ହେଲେ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର। ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ଭାବେ ପ୍ରଫେସରସନ୍ତୋଷ କୁମାର ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି।
ଧରଣୀଧର ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ସଞ୍ଜୟ କୁମାର ପାତ୍ର
ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ବ୍ୟୋମକେଶ ତ୍ରିପାଠୀ
ଖଲ୍ଲିକୋଟ ୟୁନିଟାରୀ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ଅସୀମା ସାହୁ
ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ କୁଳପତି- ପ୍ରଫେସର ପବନ କୁମାର ଅଗ୍ରୱାଲ
ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ଶିବରାମ ତ୍ରିପାଠୀ
MSCBD ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ବିଭୂତି ଭୂଷଣ ମଲିକ
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ଜ୍ୟୋସ୍ନା କେବି ରାଉତ
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ପ୍ରଭାତ କୁମାର ମହାପାତ୍ର
ବିକ୍ରମ ଦେବ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ହୃଷିକେଶ ସେନାପତି
ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି - ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ