ଦିଲ୍ଲୀ, ୨୯/୧୨: ଜିରୋନାଇଟ୍ ଏବଂ ନୂଆବର୍ଷରେ ଅନଲାଇନ ଅର୍ଡର ବନ୍ଦ । ଘରେ ପହଞ୍ଚିବନି ଆପଣଙ୍କ ମଗାଇଥିବା ଖାଦ୍ୟ । ସତର୍କ ନରହିଲେ ରହିପାରନ୍ତି ଉପବାସ । ଏହି ଦୁଇ ଦିନରେ ଯଦି ଆପଣ ଘରେ ବସି ଖାଦ୍ୟ ମଗାଇବା ପାଇଁ ଯୋଜନା କରୁଥିବେ ତାହେଲେ ଆଗୁଆ ହୋଇଯାଆନ୍ତୁ ସଚତେନ । କାରଣ ଆଉ ୧୦ ମିନିଟରେ ଆପଣଙ୍କ ନିକଟରେ ପହଞ୍ଚିବନି ଗରମା ଗରମ ଖାଦ୍ୟ । ଠପ୍ ହେବାକୁ ଯାଉଛି ଅନଲାଇନ୍ ଖାଦ୍ୟ ଡେଲିଭରୀ । ବିଭିନ୍ନ ଦାବି ନେଇ ଆସନ୍ତା ୩୧ ତାରିଖରୁ ପୁଣି ଥରେ ହରତାଳ କରିବା ପାଇଁ ଡାକରା ଦେଇଛି ଗିଗ୍ ଓ୍ବର୍କର୍ସ । ସ୍ବିଗୀ, ଜୋମାଟୋ, ବ୍ଲିଙ୍କଟ୍ ଭଳି ଅନଲାଇନ୍ ଖାଦ୍ୟ ଡେଲିଭରୀ କରୁଥିବା ପ୍ଲାଟଫର୍ମରେ କାମ କରୁଥିବା କର୍ମଚାରୀଙ୍କ ଆନ୍ଦୋଳନ ଲୋକଙ୍କ ଉପରେ ନିଶ୍ଚୟ ପ୍ରଭାବ ପକାଇବ ।

ତେବେ ଏହି ହରତାଳ ଡାକରା ଦେଇଛି ଆଇଏଫଏଟି । ଗତ ୨୫ ତାରିଖରେ ଏଭଳି ହରତାଳ ଡାକରା ଦେଇଥିଲେ ଗିଗ୍ ଓ୍ବାର୍କର୍ସ । ଏହାଦ୍ବାରା ଗୁରୁଗ୍ରାମ ସର୍ବାଧିକ ପ୍ରଭାବିତ ହୋଇଥିଲା । ସେପଟେ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ପାଇଁ କର୍ମଚାରୀମାନେ ଖାଦ୍ୟ ପହଞ୍ଚାଇବା ଲାଗି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ରାତି ୧୧ଟା ପରେ ସର୍ଭିଭସକୁ ବନ୍ଦ କରିବା ପାଇଁ ଦାବି ରକିଛନ୍ତି । ଏହାକୁ ନେଇ ଆପଣଙ୍କ ମତାମତ କ’ଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ସେପଟେ ଡେଲିଭରି ବୟଙ୍କ ଦାବି ଅନୁସାରେ ୧୦ ମିନିଟରେ ଡେଲିଭରି ମଡେଲ ପାଇଁ ବହୁ ବିପଦରେ ନେଇ ଖାଦ୍ୟ ଦେବାକୁ ପଡ଼ୁଛି । ଦ୍ରୁତଗତି, ଟ୍ରାଫିକ୍ ସମସ୍ୟା, ପ୍ରଦୂଷଣ ଭଳି ବହୁ ବିପଦପୂର୍ଣ୍ଣ ଲକ୍ଷ୍ୟ ରହୁଛି ।  ନୀତି ଆୟୋଗର ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ ଭାରତରେ ପ୍ରାୟ ୭.୭ ନିୟୁତ ଗିଗ୍ କର୍ମଚାରୀ ଥିଲେ । ମାତ୍ର ୨୦୨୯-୩୦ ସୁଦ୍ଧା ,ହା ୨୩.୫ ନିୟୁତରେ ପହଞ୍ଚିବ ବୋଲି କୁହାଯାଉଛି । ଯଦିଓ ସରକାର ସାମାଜିକ ସୁରକ୍ଷା ସଂହିତ ଅଧୀନରେ ଗିଗ୍ କର୍ମଚାରୀଙ୍କୁ ମାନ୍ୟତା ପ୍ରଦାନ ଆରମ୍ଭ କରିଛନ୍ତି ମାତ୍ର ଏହା ଯଥେଷ୍ଟ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ୟୁନିୟନ ପକ୍ଷରୁ କୁହାଯାଇଛି କି, ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଏବଂ ଆଲଗୋରିଦିମ୍ ନିୟମନ୍ତ୍ରଣ ଉପରେ ସ୍ପଷ୍ଟ ନିୟମ ପାଇଁ ଦାବି ହୋଇଛି ।  ଧର୍ମଘଟଣ ମୁଖ୍ୟ କାରଣ ଏଗୁଡ଼ିକ ବୋଲି କୁହାଯାଉଛି ।