ୱେଲିଂଟନ୍‌,୧୨/୦୩: ପାକିସ୍ତାନ ବିପକ୍ଷ ୫ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି-ଟ୍ୱେଣ୍ଟି ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି । ଆଇପିଏଲ୍‌ କ୍ରୀଡ଼ାସୂଚୀ ପାଇଁ  ଡେଭନ କନୱେ, ରଚିନ ରବିନ୍ଦ୍ର, ମିଚେଲ  ସାଣ୍ଟନର, ଗ୍ଲେନ୍‌ ଫିଲିପ୍ସ ଓ ଲୋକି ଫର୍ଗୁସନ ଏହି ସିରିଜ ଖେଳିବେ ନାହିଁ । 

ସେହିପରି କେନ୍‌ ୱିଲିୟମସନ୍‌ ପିଏସ୍‌ଏଲ୍‌ ଖେଳିବାକୁ  ଚୁକ୍ତି କରିଛନ୍ତି । ଫଳରେ ଅଲରାଉଣ୍ଡର  ମାଇକେଲ ବ୍ରେସୱେଲଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି । ପେସ୍‌ ବୋଲର  ବେନ୍‌ ସିୟର୍ସ, ସ୍ପିନର ଆଇସ୍‌ ସୋଧି, ବ୍ୟାଟର ଟିମ୍‌ ସାଇଫର୍ଟ, ଫିନ୍‌ ଆଲେନ୍‌  ଓ ଜେମ୍ସ ନୀଶମ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆସନ୍ତା ୧୬ ତାରିଖ ଖ୍ରୀଷ୍ଟଚର୍ଚ୍ଚରେ ଉଭୟ ଦଳ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ୧୮, ୨୧, ୨୩,  ୨୬ତାରିଖରେ ଶେଷ ୪ଟି ମ୍ୟାଚ୍‌ ଅନୁଷ୍ଠିତ ହେବ । ଟି-ଟ୍ୱେଣ୍ଟି ସିରିଜ ପରେ ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ। 

ନ୍ୟୁଜିଲାଣ୍ଡ ଦଳ: ମାଇକେଲ  ବ୍ରେସୱେଲ (ଅଧିନାୟକ), ଫିନ୍‌  ଆଲେନ, ମାର୍କ ଚାପମାନ, ଜାକବ ଡଫି,  ଜାକ୍‌ ଫାଉଲକେସ୍‌ (ଶେଷ ୨ ମ୍ୟାଚ୍‌),  ମିଚ୍‌ ହାୟ, ମାଟ୍‌ ହେନରୀ (ଶେଷ  ୨ମ୍ୟାଚ୍‌), କେଲି ଜାମିସନ୍‌ (ପ୍ରଥମ  ୩ମ୍ୟାଚ୍‌), ଡାରିଲ ମିଚେଲ, ଜିମ୍ମି ନୀଶମ,  ୱିଲ୍‌ ଓ’ରୁର୍କ (ପ୍ରଥମ ୩ମ୍ୟାଚ୍‌), ଟିମ୍‌  ରବିନସନ, ବେନ ସିୟର୍ସ, ଟିମ୍‌ ସାଇଫର୍ଟ,  ଆଇସ୍‌ ସୋଧି ।