ନୂଆଦିଲ୍ଲୀ,୦୪/୦୩; କିଏ ଜିତିବ ବିଶ୍ୱକପ ? କିଏ ହେବ ଚାମ୍ପିଅନ ? କାହାର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ ଟ୍ରଫି ? ଶେଷ ପର୍ଯ୍ୟାୟରେ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ଟୁର୍ଣ୍ଣାମେଣ୍ଟ । ଆଉ ଦୁଇଟି ମ୍ୟାଚ ପରେ ଫାଇନାଲ ଫାଇଟ୍ ହେବ ଆଉ ଜଣେ ଦଳ ବିଜୟୀ ହେବ । ଫାଇନାଟ ମ୍ୟାଚ ପାଇଁ ଦୁଇଟି ସେମି ଲଢେଇ ଲଢିବେ ୪ଟି ଦଳ । ଆଜି ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ସେମିଫାଇନାଲ ଖେଳଯିବ । ସନ୍ଧ୍ୟାରେ ଇଡେନ୍ ଗାର୍ଡେନରେ ମୁହାଁମୁହିଁ ହେବେ ଦ.ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ । ଯିଏ ଜିତିବ ସେ ପ୍ରଥମ ଦଳ ଭାବେ ଫାଇନାଲ ଟିକେଟ୍ ହାତେଇବ । ଚଳିତ ଟୁର୍ଣ୍ଣାମେଣ୍ଟରେ ସାଉଥ ଆଫ୍ରିକା ଅପରାଜେୟ ରହିଛି । ଟି-ଟ୍ୱେଣ୍ଟି ମ୍ୟାଚରେ ଦଳର ପଲ୍ଲା ଭାରି ଥିଲେ ବି ବିଜୟରେ ବ୍ରେକ୍ ଲଗାଇବାକୁ ଚେଷ୍ଟା କରିବେ ନ୍ୟୁଜିଲାଣ୍ଡ । କିଏ ସେମିଫାଇନାଲ ଫାଇଟ୍ ଜିତିଛୁ ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି । ଆସନ୍ତାକାଲି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ ।

ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଫାଇନାଲରେ ପହଞ୍ଚିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । କିନ୍ତୁ ଦକ୍ଷିଣ ଆଫ୍ରିକା ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରୁଥିବାରୁ ବିଶେଷ ଚାପରେ ରହିବ । ଉଭୟ ଦଳ ଏ ପର୍ଯ୍ୟାନ୍ତ ଟି-ଟ୍ୱେଣ୍ଟି ବିଶ୍ୱକପ ଟାଇଟଲ ଜିତିନାହାନ୍ତି । ତେଣୁ କେବଳ ଫାଇନାଲ ଟିକେଟ୍ ନୁହେଁ ଇତିହାସ ରଚିବାର ସୁଯୋଗ ବି ବାଜିରେ ଲାଗିବ । ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଛି । ଅଧିନାୟକ ଏଡେନ୍ ମାର୍କରାମ ଉତ୍କୃଷ୍ଟ ଫର୍ମରେ ଅଛନ୍ତି । ତାଙ୍କୁ ୨୦୦୦ ଟି- ଟ୍ୱେଣ୍ଟି ଆନ୍ତର୍ଜାତୀୟ ରନ ପୂରଣ କରିବା ପାଇଁ ଆଉ ୫୨ ରନ୍ ଦରକାର । ସେହିପରି ନ୍ୟୁଜିଲାଣ୍ଡର ଇସ୍ ସୋଦି ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ପ୍ରମୁଖ ୱିକେଟ୍ ନେବାଠୁ ମାତ୍ର ୩ଟି ସଫଳତାରର ଦୂରରେ ରହିଛନ୍ତି । ପାକିସ୍ତାନ ୨୦୦୭ ଏବଂ ୨୦୦୯ରେ ଫାଇନାଲରେ ପହଞ୍ଚିଥିଲା, ଯେତେବେଳେ ଶ୍ରୀଲଙ୍କା ୨୦୧୨ ଏବଂ ୨୦୧୪ରେ ଫାଇନାଲରେ ପହଞ୍ଚିଥିଲା । ଉଭୟ ଦଳ ସେମାନଙ୍କର ଦ୍ୱିତୀୟ ଫାଇନାଲରେ ବିଜୟୀ ହୋଇଥିଲେ । ୨୦୧୪ ପରଠାରୁ କୌଣସି ଦଳ ଲଗାତାର ଦୁଇଟି ଫାଇନାଲରେ ଖେଳିନାହିଁ । ଯଦି ଦକ୍ଷିଣ ଆଫ୍ରିକା ଏହି ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଯାଏ, ତେବେ ହି ୧୨ ବର୍ଷର ପୁରୁଣା ସଫଳତା ହାସଲ କରିବାରେ ତୃତୀୟ ଦଳ ହେବେ ।

​​​​​​​

ଫାଇନାଲ ପାଇଁ ରିପିଟ୍ କରିବାକୁ ପଡିବ ଇତିହାସ- ଫାଇନାଲରେ ପହଞ୍ଚିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୨ ବର୍ଷର ପୁରୁଣା ଇତିହାସକୁ ଦୋହରାଇବାକୁ ପଡିବ । ଯାହା କେବଳ ଦୁଇଥର ଘଟିଛି। ଦକ୍ଷିଣ ଆଫ୍ରିକା ଏହି ସଂସ୍କରଣରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରି ନାହିଁ ଏବଂ ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି । ୨୦୨୪ ସଂସ୍କରଣରେ  ଦଳ ଫାଇନାଲରେ ପହଞ୍ଚିଥିଲା । ଭାରତ ଠାରୁ ପରାସ୍ତ ହୋଇଥିଲା । ବର୍ତ୍ତମାନ, ସେମାନେ ସେହି ପରାଜୟର ପ୍ରତିଶୋଧ ନେବା ଏବଂ ଟାଇଟଲ ଜିତିବା ପାଇଁ ଦୃଢ଼ ପ୍ରୟାସ କରୁଛନ୍ତି । ତଥାପି, ଇତିହାସ ସେମାନଙ୍କ ସପକ୍ଷରେ ନାହିଁ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ଇତିହାସରେ, କେବଳ ଦୁଇଟି ଦଳ ଲଗାତାର ଦୁଇଟି ଫାଇନାଲରେ ଖେଳିଛନ୍ତି । ପାକିସ୍ତାନ ଏବଂ ଶ୍ରୀଲଙ୍କା ।

ଏହା ବି ପଢନ୍ତୁ...ଟି୨୦ ବିଶ୍ବକପ୍ ୨୦୨୬: ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏହି ସବୁ ଦିଗପ୍ରତି ଧ୍ୟାନ ଦେବା ଉଚିତ, ନଚେତ୍ ଟାଇଟଲ୍ ଯୁଦ୍ଧରେ ହୋଇଯିବ ବଡ଼ ଭୁଲ  

ଦ.ଆଫ୍ରିକା-ନ୍ୟୁଜିଲାଣ୍ଡ ହେଡ୍ ଟୁ ହେଡ୍‌ ରେକର୍ଡ
ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲ ମ୍ୟାଚ୍‌
ନ୍ୟୁଜିଲାଣ୍ଡ-୦
ସାଉଥ୍ ଆଫ୍ରିକା-୫
ଆଇସିସି ନକ୍‌ଆଉଟ୍‌ ମ୍ୟାଚ
ନ୍ୟୁଜିଲାଣ୍ଡ-୩
ସାଉଥ୍ ଆଫ୍ରିକା-୦