ନୂଆଦିଲ୍ଲୀ,୧୧/୦୨; ଗ୍ରୁପ୍ ଡି’ରେ ନ୍ୟୁଜିଲାଣ୍ଡ ଆଧିପତ୍ୟ ଜାରି ରଖି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ହରାଇଥିବା ନ୍ୟୁଜିଲାଣ୍ଡ ୟୁଏଇ ବିପକ୍ଷରେ ୧୦ ୱିକେଟ୍ରେ ବିଜୟ ହାସଲ କରିଛି । ଏଥିସହ ନ୍ୟୁଜିଲାଣ୍ଡ ଗ୍ରୁପ୍ ଡି’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୟୁଏଇ ୬ ୱିକେଟ୍ ବିନିମୟରେ ୧୭୩ ରନ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୫.୨ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଅପରାଜିତ ୮୯ ରନ୍ର ଇନିଂସ ଖେଳିଥିବା ଟିମ ସାଇଫର୍ଟ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।
Tim Seifert and Finn Allen put up a record-breaking stand to make it two in two at #T20WorldCup for New Zealand 👏
— ICC (@ICC) February 10, 2026
📝: https://t.co/5NVVxOjcFv pic.twitter.com/P7rqBCL0LT
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ୟୁଏଇ ୧୨ ରନ ମଧ୍ୟରେ ଓପନର ଆର୍ୟଂଶ ଶର୍ମା (୮)ଙ୍କ ୱିକେଟ୍ ହରାଇଥିଲେ ହେଁ ପରେ ପରେ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରି ନେଇଥିଲା । ଅନ୍ୟ ଓପନର ମହମ୍ମଦ ୱାସିମଙ୍କ ସହ ଆଲିସାନ ଶରାଫୁ ମିଶି ବିସ୍ଫୋରକ ବ୍ୟାଟିଂ କରିବା ସହ ୧୦୭ ରନ୍ର ଭାଗିଦାରୀ ଗଠନ କରିଥିଲେ । ଉଭୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୧୧୯ ବେଳେ ବ୍ୟକ୍ତିଗତ ୫୫ (୫ଚୌକା, ୨ଛକା) ରନ କରି ଶରାଫୁ ଆଉଟ୍ ହୋଇଥିଲେ । ୱାସିମ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୭୩ରେ ପହଞ୍ଚାଇଥିଲେ । ସେ ୪୫ଟି ବଲ୍ରେ ୪ ଚୌକା ଓ ୩ଛକା ବଳରେ ୬୬ ରନ କରିଥିଲେ । ଲଢୁଆ ସ୍କୋର ସଂଗୃହୀତ ହୋଇଥିବାରୁ ନ୍ୟୁଜିଲାଣ୍ଡ ସଂଘର୍ଷ କରିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଫଳ ହୋଇଥିଲା ସମ୍ପୂର୍ଣ୍ଣ ଓଲଟା । ଦୁଇ ଓପନର ସାଇଫର୍ଟ ଓ ଫିନ ଆଲେନଙ୍କ ବିସ୍ଫୋରକ ବ୍ୟାଟିଂରେ ଚିପକ ଷ୍ଟାଡ଼ିୟମ୍ କମ୍ପିଥିଲା । ୟୁଏଇ ଏହି ଯୋଡ଼ି ଭାଙ୍ଗି ପାରି ନଥିଲା । ୨୮ଟି ବଲ୍ ବାକି ଥାଇ ନ୍ୟୁଜିଲାଣ୍ଡ ବିଜୟ ହାସଲ କରିଥିଲା । ସାଇଫର୍ଟ ୪୨ଟି ବଲ୍ରେ ୧୨ ଚୌକା ଓ ୩ଛକା ବଳରେ ୮୯ ରନ କରିଥିଲେ । ସେହିପରି ଆଲେନ ୫୦ଟି ବଲ୍ରେ ୫ଚୌକା ଓ ୫ଛକା ବଳରେ ୮୪ ରନ ସଂଗ୍ରହ କରିଥିଲେ ।
A dominant display with the bat from Tim Seifert powered New Zealand to a comprehensive victory over UAE 🙌
— ICC (@ICC) February 10, 2026
He is the @aramco POTM 🎖️ pic.twitter.com/6apG7kBENG