ସୁବର୍ଣ୍ଣପୁର,୧୪/୧୨ : ପୁଣି ଅଲୋଡ଼ା ଶିଶୁ କନ୍ୟା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ରାସ୍ତାକଡ଼ରୁ  ଉଦ୍ଧାର ହୋଇଛି  ନବଜାତ ଶିଶୁ କନ୍ୟା । ବର୍ତ୍ତମାନ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ପ୍ରଥମେ ବିନିକା ଡାକ୍ତରଖାନା ପରେ ସୁବର୍ଣ୍ଣପୁର୍ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଜାରି ରହିଛି।  

ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲିର ରାସ୍ତା କଡ଼ରେ ଆଜି ସକାଳୁ ଶିଶୁ କନ୍ୟାଟି ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ।  ଯାହାକୁ ନେଇ ସେମାନେ ବିନିକା ପୋଲିସ ଷ୍ଟେସନରେ ଖବର ଦେଇଥିଲେ । ଏନେଇ ଖବରପାଇ ବିନିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରିଥିଲା । ଏହାପରେ ପ୍ରଥମେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା।  ସେଠାରେ ଶିଶୁଟିର ଚିକିତ୍ସା ଚାଲିଥିବା ଜଣା ପଡିଛି ।  ଏହି ଘଟଣାକୁ ନେଇ ପୋଲିସର ତଦନ୍ତ ଚାଲିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଶିଶୁଟିକୁ କିଏ ଓ କାହିଁକି ଫୋପାଡିଛି ଜଣା ପଡ଼ିନାହିଁ।