ନ୍ୟୁଜ-୭ର ‘ଭୋଟ୍ ଓଡ଼ିଶା’ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର, ୧୫ା୨(ବ୍ୟୁରୋ): ଜମ୍ମୁ କାଶ୍ମୀର ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀଙ୍କ ବର୍ବର କାଣ୍ଡ ପରେ ସମଗ୍ର ଦେଶରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହିତ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି । ଏଭଳି ପରିସ୍ଥିତିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନ୍ୟୁଜ-୭ କରିବାକୁ ଥିବା ‘ଭୋଟ୍ ଓଡ଼ିଶା’ କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।
ଆଗାମୀ ନିର୍ବାଚନ ପାଇଁ ଭୋଟରଙ୍କ ମୁଡ୍ ପରଖିବା ଲାଗି ଏହି ସର୍ଭେ ହୋଇଥାନ୍ତା । ମାତ୍ର ପୁଲୱାମା ଘଟଣାରେ ସାରା ଦେଶରେ ବଦଳୁଥିବା ପରିସ୍ଥିତି ଦେଖି ବର୍ତ୍ତମାନ ପାଇଁ ଏହି ସର୍ଭେ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଖୁବ୍ ଶୀଘ୍ର ‘ଭୋଟ୍ ଓଡ଼ିଶା’ କାର୍ଯ୍ୟକ୍ରମ କରାଯିବ ।