PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

୬୬ ମୃତ, ୭୬ ଆହତ

ନ୍ୟୁୟର୍କ,୧୯ ।୧(ଏଜେନ୍ସି): ମେକ୍ସିକୋ ସହର ଠାରୁ ୧୨୦ କିମି ଉତ୍ତରରେ ଅବସ୍ଥିତ ଟିଆହୁଲିପାନ ସହରରେ ଶନିବାର ଏକ ଗ୍ୟାସୋଲିନ୍‌ ପାଇପ୍‌ରେ ବିସ୍ଫୋରଣ ହେବାରୁ ୬୬ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ ଆହୁରି ୭୬ ଜଣ ଆହତ ହୋଇଛନ୍ତି । ଏହି ଗ୍ୟାସୋଲିନ୍‌ ପାଇପରେ ବେଆଇନ ଭାବେ କିଛି ଟ୍ୟାପ୍‌ ଲଗାଇ କିଛି ଅସାଧୁ ଲୋକେ ଗ୍ୟାସୋଲିନ୍‌ ଚୋରି କରୁଥିଲାବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ରିପୋର୍ଟରେ କୁହାଯାଇଛି । ସ୍ଥାନୀୟ ପ୍ରଶାସନ ତରଫରୁ ଏହି ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରୁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ଇତିମଧ୍ୟରେ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରାଯାଇଛି ଏବଂ ମୃତଦେହଗୁଡିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛ ବୋଲି ସୂଚନା ଦିଆଯାଇଛି ।
ଦେଶର ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ ଲୋପେଜ୍‌ ଓବ୍ରାଡର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସଂପୃକ୍ତ ସହରର ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ସେ କହିଛନ୍ତି କି ଏହି ବିସ୍ଫୋରଣ ଯୋଗୁ ମେକ୍ସିକୋ ସହରରେ ଗ୍ୟାସୋଲିନ୍‌ ଯୋଗାଣ ବାଧାପ୍ରାପ୍ତ ହେବ ନାହିଁ । ଗତ ଦୁଇ ସପ୍ତାହ ଧରି ଦେଶର ଅଧିକାଂଶ ସହରରେ ସରକାର ଗ୍ୟାସୋଲିନ୍‌ ଯୋଗାଣ ବନ୍ଦ ରଖିଥିଲାବେଳେ ଏହି ଦୁର୍ଘଟଣା ଘଟିଛି ।

ସମ୍ବନ୍ଧିତ ଖବର