PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଲୋକସଭାରେ ଏନଆଇଏ ବିଲ୍ ପାସ୍: ଆହୁରି ଶକ୍ତିଶାଳୀ ହେବ ସଂସ୍ଥା,ଗୃହରେ ଶାହା ଓ ଓଓ୍ବେସୀଙ୍କ ମଧ୍ୟରେ ବିତର୍କ

ନୂଆଦିଲ୍ଲୀ,୧୫।୭:ଆଜି ଲୋକସଭାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ସଂଶୋଧନ ବିଲ୍‌  ପାସ୍ ହୋଇଛି ଓ ଏବେ ଏହି ବିଲ୍ ରାଜ୍ୟସଭାକୁ ଯିବ। ଏହି ପ୍ରସ୍ତାବ ସମକ୍ଷପରେ ୨୭୮ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୬ଟି ଭୋଟ ଦିଆଯାଇଥିଲା। ବିଲ୍ ଉପରେ ଅଣାଯାଇଥିବା ସମସ୍ତ ସଂଶୋଧନ ପ୍ରସ୍ତାବକୁ ନାମାଞ୍ଜୁର କରିଦିଆଯାଇଥିଲା। ଏହି ବିଲ୍ ପାସ୍ ହେବା ଦ୍ବାରା ଏନଆଇଏ ଅଧିକ ଶକ୍ତିଶାଳୀ ହୋଇଯିବ ଓ ଆତଙ୍କବାଦୀ ଗତିବିଧି ସମ୍ପର୍କିତ ମାମଲାର ତଦନ୍ତ ବିଦେଶରେ କରିପାରିବ। ଏହା ସହ ଅସ୍ତ୍ରଶସ୍ତ୍ର ତସ୍କରି, ନିଶା ପଦାର୍ଥ ତସ୍କରି, ମାନବ ତସ୍କରି, ସାଇବର କ୍ରାଇମ୍ ଆଦି ମାମଲାର ଯାଞ୍ଚ କରିବାର ଅଧିକାର ଏନଆଇଏକୁ ମିଳିବ। ଏହି ବିଲକୁ ଗୃହ ରାଷ୍ଟ୍ରମନ୍ତୀ ଜି କିଶନ୍ ରେଡ୍ଡୀ ଲୋକସଭାରେ ଆଗତ କରିଥିଲେ।

ଏହି ବିଲ୍ ପାସ କରିବା ସମୟରେ ଗୃହମନ୍ତ୍ରୀ ଅମିତ ଶାହ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୃହରେ ଭାଷଣ ଦେଇଥିଲେ। କେବଳ ସେତିକି ନୁହେଁ ସେ ଲୋକସଭାରେ ଡିଭିଜନ ଅଫ୍ ଭୋଟ ଦାବି କରିଥିଲେ।  ସାଧାରଣତଃ ସମସ୍ତ ପ୍ରକାର ବିଲ୍ ଭଏସ୍ ଭୋଟିଂ ଜରିଆରେ ପାସ୍ କରାଯାଇଥାଏ। କିନ୍ତୁ ଆଜି ବାଚସ୍ପତି ଯେତେବେଳେ ଭଏସ ଭୋଟିଂ ପାଇଁ କହିଥିଲେ ଗୃହମନ୍ତ୍ରୀ ଶାହ ଡିଭିଜନ୍ ଅଫ୍ ଭୋଟ ଦାବି କରି କହିଥିଲେ,ଦେଶର ଜନତା ଜାଣିବାକୁ ଚାହାନ୍ତି କିଏ ଆତଙ୍କବାଦ ସହିତ ରହିଛି ଓ କିଏ ଆତଙ୍କବାଦ ବିରୋଧରେ। ବାଚସ୍ପତି ଗୃହମନ୍ତ୍ରୀଙ୍କ ଦାବି ଗ୍ରହଣ କରିଥିଲେ। ଏହାପରେ ଲୋକସଭାରେ ଡିଭିଜନ୍ ଅଫ୍ ଭୋଟିଂ ପରେ ଏନଆଇଏ ସଂଶୋଧନ ବିଲ୍ ପାସ୍ ହୋଇଥିଲା।

ତେବେ ଏହି ଆଲୋଚନା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହାଇଦ୍ରାବାଦ୍‌ ସାଂସଦ ତଥା ଏଆଇଏମଆଇଏମ୍‌ ନେତା ଅସାଦୁଦ୍ଦିନ ଓୱେସୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଥିଲା।ବିଜେପିର ସତ୍ୟପାଲ ସିଂହ ଏନ୍‌ଆଇଏ ସଂଶୋଧିତ ବିଲ୍‌ ଉପରେ ନିଜର ମତ ରଖୁଥିବା ବେଳେ ଓୱେସୀଙ୍କ ସମେତ ବିରୋଧୀ ଦଳର ସଦସ୍ୟମାନେ ନାରାବାଜି କରିଥିଲେ।  ହଟ୍ଟଗୋଳ ଦେଖି ଶାହ ନିଜ ଆସନରେ ଛିଡ଼ା ହୋଇ ଯାଇଥିଲେ। ସେ କହିଥିଲେ, ସରକାରୀ ଦଳର ସାଂସଦମାନେ କେବେ ହେଲେ ବିରୋଧୀ ଦଳର ସଦସ୍ୟମାନେ କହୁଥିବା ବେଳେ ମଝିରେ ବିଶୃଙ୍ଖଳା ସୃଷ୍ଟି କରୁନାହାନ୍ତି। ହେଲେ ବିରୋଧୀ କାହିଁକି ମଝିରେ ଏଭଳି ବିଶୃଙ୍ଖଳା କରୁଛନ୍ତି?  ବିରୋଧୀ ଦଳର ସଦସ୍ୟମାନେ ଅନ୍ୟମାନଙ୍କ କଥାକୁ ମଧ୍ୟ ଧୈର୍ଯ୍ୟର ସହ ଶୁଣିବା ଦରକାର।’

ଶାହ ଯେତେବେଳେ କହିବା ଆରମ୍ଭ କରିଥିଲେ ଏହା ଶୁଣି ଏହା ଶୁଣି ଓୱେସୀ କହିଥିଲେ, ‘ଆପଣ ମୋତେ ଅଙ୍ଗୁଳି ଦେଖାନ୍ତୁ ନାହିଁ। ମୁଁ କାହାକୁ ଡରେନାହିଁ।’ ବିରୋଧୀ ଦଳର ସାଂସଦମାନେ କହିଥିଲେ ଆମକୁ ଶାହ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି।  ଏହାର ଉତ୍ତରରେ ଶାହ କହିଥିଲେ ମୁଁ କାହାକୁ ଭୟଭୀତ କରାଉନାହିଁ। ଆପଣଙ୍କ ମନ ଓ ମସ୍ତିଷ୍କରେ ଭୟ ରହିଛି, ତା’ହେଲେ ମୁଁ କ’ଣ କରିପାରିବି?”

ସମ୍ବନ୍ଧିତ ଖବର