ମୁମ୍ବାଇ,୧୬\୭ : ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ପପ୍ ଷ୍ଟାର ନିକ୍ ଜୋନାସ୍ ଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ସ୍କ୍ରିପ୍ଟଠାରୁ କମ୍ ନୁହେଁ । କିଛି ଦିନ ତଳେ ଜୋନସ୍ ବ୍ରଦର୍ସ ପଡକାଷ୍ଟରେ ଏହି ଷ୍ଟାର କପଲ୍ ନିଜ ଲଭ୍ ଷ୍ଟୋରିର ଅନେକ ଆକର୍ଷଣୀୟ ଖୁଲାସା କରିଛନ୍ତି । ନିକ୍ କହିଛନ୍ତି ଡିଏମ୍ ରୁ ଉଭୟଙ୍କ ପ୍ରମ କାହାଣୀ ଆରମ୍ଭ ହୋଇଥିଲା । କେଭିନ୍ ଜୋନାସ୍ ସେମାନଙ୍କର ଘନିଷ୍ଠତାକୁ ବୃଦ୍ଧି କରିଥିଲେ।

ପୋଡକାଷ୍ଟ ସମୟରେ ନିକ୍ ପ୍ରିୟଙ୍କାଙ୍କ ସହ ତାଙ୍କର ପ୍ରଥମ ଚାଟର ଏକ ସ୍କ୍ରିନସଟ୍ ସେୟାର କରିଥିଲେ ଏବଂ ସେମାନେ କିପରି ଡେଟିଂ ଆରମ୍ଭ କରିଥିଲେ ତାହା କହିଥିଲୋ । ନିକ୍ ଜୋନାସ୍ କହିଛନ୍ତି ଯେ ତାଙ୍କ ଭାଇ କେଭିନ୍ ଜୋନାସ୍ ତାଙ୍କୁ ପ୍ରିୟଙ୍କା ଚୋପ୍ରାଙ୍କ ଶୋ "କ୍ୱାଣ୍ଟିକୋ" ବିଷୟରେ କହିଥିଲେ। ନିକ୍ ବଲିଉଡ଼ ଶୋ'ର ଏକ ପୋଷ୍ଟର ଦେଖିଲେ ଏବଂ ଘରକୁ ଫେରିବା ପରେ ତୁରନ୍ତ ପ୍ରିୟଙ୍କାଙ୍କୁ ମେସେଜ୍ କରିଥିଲେ ।

ନିକ୍ ଜୋନସ୍ କହିଛନ୍ତି, 'ମୁଁ ସନସେଟ୍ ବିଲବୋର୍ଡ ଦେଖୁଥିଲି ଯେଉଁଥିରେ ପ୍ରିୟଙ୍କାଙ୍କର ଏକ ବଡ଼ ଫଟୋ ଲାଗିଥିଲା । ଏହା ପରେ ତୁରନ୍ତ ଫୋନ୍ ଚେକ୍ କଲି ଯେ ପ୍ରିୟଙ୍କା ମୋତେ X (ପୂର୍ବରୁ ଟ୍ୱିଟର) ରେ ଫଲୋ କରନ୍ତି କି ନା ? । ସୌଭାଗ୍ୟ ବଶତଃ ଦେଖିଲି ପ୍ରିୟଙ୍କା ମୋତେ ଫଲୋ କରନ୍ତି । କୌଣସି ବିଳମ୍ବ ନକରି ମୁଁ ପ୍ରିୟଙ୍କାଙ୍କୁ ପ୍ରଥମେ ମେସେଜ୍ ପଠାଇଲି ।

ପଡକାଷ୍ଟରେ ନିକ୍ ଏବଂ ପ୍ରିୟଙ୍କାଙ୍କ ପ୍ରଥମ ଚାଟର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି । ତାଙ୍କର ପ୍ରଥମ ବାର୍ତ୍ତାରେ ନିକ୍ ଲେଖିଛନ୍ତି, "ନମସ୍କାର, ମୁଁ କିଛି ଲୋକଙ୍କଠାରୁ ଶୁଣିଛି ଯେ ଆମେ ଭେଟିବା ଉଚିତ୍ । ମୁଁ ସେମାନଙ୍କ ସହିତ ସମ୍ପୂର୍ଣ୍ଣ ସହମତ। ଆପଣ କ'ଣ ଶୀଘ୍ର ଲସ୍ ଆଞ୍ଜେଲସ୍ ଆସୁଛନ୍ତି?"  । ଏହି ମେସେଜର ଉତ୍ତର ରଖିଥିଲେ ପ୍ରିୟଙ୍କା ଓ ସେମାନେ ପରସ୍ପର ସହ କଥା ହେବା ଆରମ୍ଭ କରିଥିଲେ ।

ଏହି ସୋସିଆଲ ମିଡିଆ ଚାଟ୍ ପରେ, ଦୁହେଁ ପରସ୍ପର ସହିତ ଯୋଗାଯୋଗ ଜାରି ରଖିଲେ । ୨୦୧୭ରେ, ପ୍ରିୟଙ୍କା ଏବଂ ନିକ୍ ପ୍ରଥମ ଥର ପାଇଁ ଭାନିଟି ଫେୟାର ଓସ୍କାର ଆଫ୍ଟର-ପାର୍ଟିରେ ମୁହାଁମୁହିଁ ହୋଇଥିଲେ । ତା'ପରେ ସେମାନଙ୍କୁ ୨୦୧୭ ମେଟ୍ ଗାଲାରେ ଏକାଠି ଦେଖାଯାଇଥିଲା, ଯାହା ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚା ସୃଷ୍ଟି କରିଥିଲା ।

୨୦୧୮ ମସିହାରେ ନିକ୍ ଜୋନାସ୍ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ଏହାପରେ ଡିସେମ୍ବର ୨୦୧୮ ମସିହାରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍ ରୀତିନୀତି ଅନୁସାରେ ଏହି ଦମ୍ପତି ଉଦୟପୁରରେ ଏକ ରାଜକୀୟ ବିବାହ କରିଥିଲେ । ଚାରି ବର୍ଷ ପରେ, ୨୦୨୨ ମସିହାରେ, ଏହି ଦମ୍ପତି ସରୋଗେସି ମାଧ୍ୟମରେ ସେମାନଙ୍କ ଝିଅ ମାଳତୀ ମାରି ଚୋପ୍ରା ଜୋନାସକୁ ସ୍ୱାଗତ କରିଥିଲେ। ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ଭାରତୀୟ ସିନେମାକୁ ଫେରିବେ ।  ପ୍ରାୟ ଆଠ ବର୍ଷ ପରେ "ବାରାଣସୀ" ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ପୃଥ୍ୱୀରାଜ ସୁକୁମାରନ୍  ମୁଖ୍ୟ ଭୂମିକାରେ ନଜର ଆସିବେ। ଏସ୍ ଏସ୍ ରାଜମୌଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।