ନିକ୍କି ତାମ୍ବୋଲି କରୋନା ସଂକ୍ରମିତ, ପୋଷ୍ଟ ସେୟାର କରି ସୂଚନା ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୦୨/୦୭: ସାରା ଦେଶରେ ପୁଣି ଥରେ କରୋନା ଭାଇରସ୍ ର ବିପଦ ବଢିବାରେ ଲାଗିଛି। ବର୍ତ୍ତମାନ ଅଭିନେତ୍ରୀ ନିକ୍କି ତାମ୍ବୋଲି ମଧ୍ୟ କରୋନା ପଜିଟିଭ୍ ହୋଇଛନ୍ତି। ଏହାକୁ ପ୍ରକାଶ କରି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ନିକି କହିଛନ୍ତି ସେ ନିଜ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି।
ନିକି ଶନିବାର ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ‘ମୋ କୋଭିଡ -୧୯ ରିପୋର୍ଟ ପଜିଟିଭ୍ ଆସିଛି। ମୋର ବହୁତ ଭାରି ଲକ୍ଷଣ ରହିଛି। ନିଶ୍ଚିତକରଣ ପରେ, ମୁଁ ନିଜକୁ ଘରେ କ୍ୱାରେଣ୍ଟାଇନରେ ରଖିଛି, ଯେଉଁଠାରେ ମୁଁ ଆବଶ୍ୟକ ସତର୍କତା ଅବଲମ୍ବନ କରୁଛି। ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଥିବା ଲୋକଙ୍କୁ ମୋର ଅନୁରୋଧ, ସେମାନେ ଯଥାଶୀଘ୍ର ଟେଷ୍ଟ କରାଇ ନିଅନ୍ତୁ। ମାସ୍କ ପିନ୍ଧିବା ଏବଂ କରୋନା ନିୟମ ପାଳନ କରିବାକୁ ସମସ୍ତ ଲୋକଙ୍କୁ ମୋର ନିବେଦନ।
ବର୍ତ୍ତମାନ ନିକିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତାଙ୍କ ଆରୋଗ୍ୟ କାମନା କରି ଫ୍ୟାନ୍ସ ବିଭିନ୍ନ କମେଣ୍ଟ ଦେଉଛନ୍ତି। ଫ୍ୟାନ୍ସଙ୍କ ବ୍ୟତୀତ ଅନେକ ଷ୍ଟାର ମଧ୍ୟ ଅଭିନେତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି।