PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଉପଜିଲ୍ଲାପାଳଙ୍କ ଅଫିସରେ ଉଡ଼ିଲା ଓଲଟା ତ୍ରିରଙ୍ଗା, ଦାୟିତ୍ଵହୀନତା ପାଇଁ ଦାୟୀ କିଏ ?

ନୀଳଗିରି, ୧୫/୦୮ : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ଉଡ଼ିଲା ଓଲଟା ତ୍ରିରଙ୍ଗା। ଜାତୀୟ ସଙ୍ଗୀତ ମଧ୍ୟ ଗାନ ହେଲା। ହେଲେ ଏଭଳି ସାଙ୍ଘାତିକ ତ୍ରୁଟି ଉପରେ କାହାର ନଜର ପଡ଼ିଲାନି। କ୍ୟାମେରା ଲେନ୍ସରେ ତ୍ରୁଟି ଧରାପଡ଼ିବାରୁ ଦଉଡ଼ି ଛିଣ୍ଡି ପତାକା ଓଲଟି ଯାଇଥିବା ସଫେଇ ଦିଆଯାଇଛି। ତେବେ ଏହି ଦାୟିତ୍ଵହୀନତା ପାଇଁ କିଏ ଦାୟୀ ସେନେଇ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସରେ ଆଜି ସ୍ଵାଧୀନତା ଦିବସ ପାଳନ ବେଳେ ସାଙ୍ଘାତିକ ତ୍ରୁଟି ଦେଖିବାକୁ ମିଳିଛି। ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଓ କର୍ମଚାରୀଙ୍କ ଗହଣରେ ଓଲଟା ପତାକା ଉତ୍ତୋଳନ କରାଯାଇଛି। ତେବେ ଏହି ତ୍ରୁଟିପୂର୍ଣ୍ଣ ପତାକା ଉତ୍ତୋଳନ ଉପରେ କାହାର ନଜର ପଡ଼ିନଥିଲା। କ୍ୟାମେରା ଲେନ୍ସରେ ଧରାପଡ଼ିବା ପରେ ଦଉଡ଼ି ଛିଣ୍ଡିଯିବା ଯୋଗୁଁ ପତାକା ଓଲଟି ଯାଇଥିବା ସଫେଇ ଦିଆଯାଇଛି। ପରେ ଜାତୀୟ ପତାକା ତଳକୁ ଓହ୍ଲାଇ ତ୍ରୁଟିକୁ ସୁଧାର କରାଯାଇଥିଲା। ତେବେ ଦାୟିତ୍ଵହୀନତା ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ଏନେଇ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନେଇ ସର୍ବସାଧାରାଣରେ ଦାବି ହୋଇଛି।