PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ନବବିବାହିତାଙ୍କ ସନ୍ଦେହ ଜନକ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

ନୀଳଗିରି ୮/୮(ଆ.ପ୍ର): ନୀଳଗିରି ଥାନା ଅଧିନ ବାଉଁଶବଣିଆ ପଞ୍ଚାୟତ ମାନଗଡ଼ ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି।ମୃତକ ହେଲେ ପ୍ରଫୁଲ୍ଲ କୁମାର ବାରିକଙ୍କ ସ୍ତ୍ରୀ ମଧୁସ୍ମିତା। ସୂଚନଯୋଗ୍ୟ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗେଣ୍ଡାଗଡ଼ିଆ ଅଞ୍ଚଳର ଅଜୟ କୁମାର ବାରିକଙ୍କ ଝିଅ ମଧୁସ୍ମିତାଙ୍କୁ ବିବାହ କରିଥିଲେ। ଆଜି ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ମଧୁସ୍କିତାଙ୍କୁ ନୀଳଗିରି ହସ୍ପିଟାଲ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଜୟ ଓ ତାଙ୍କ ବାପା ଙ୍କ କହିବା ଅନୁସାରେ ମଧୁସ୍ମିତା ସିଡ଼ି ପାହାଚରୁ ପଡ଼ି ମୃତ୍ୟୁବରଣ କରିଥିବା କହିଥିଲେ। ପରେ ନୀଳଗିରି ପୋଲିସ ତାଙ୍କୁ ଥାନାକୁ ଡକାଇ ନେବାପରେ ସେ ବେକରେ ଲଗାଇ ଆତ୍ମହତ୍ୟା କରିଥିବା କହିଛନ୍ତି ମୃତକଙ୍କ ଶ୍ୱଶୁର। ବର୍ଷେ ନପୁରୁଣୁ ମଧୁସ୍ମିତାଙ୍କ ମର ଶରୀର ମିଳିବା ବାପଘର ଲୋକ ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି । ବହୁ ଦିନ ଧରି ମଧୁସ୍ମିତାଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେବା ସହ ଗାଳିଗୁଲଜ କରି ଆସୁଥିବା କହିଛନ୍ତି। ତେବେ ପୋଲିସ ମୃତଦେହ ଜବତ କରିଥିବାବେଳେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର