PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ନୀଳଗିରିର ବହୁ ଚର୍ଚ୍ଚିତ ନରେନ୍ଦ୍ର ସିଂହ ହତ୍ୟା ମାମଲା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର, ୨୬/୫ : ନୀଳଗିରିର ବହୁ ଚର୍ଚ୍ଚିତ ନରେନ୍ଦ୍ର ସିଂହ ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ କୁମାର ଜେନାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଆସମୀକୁ ଅଧିକ ୪ ମାସ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ କରାଯାଇଛି। ୨୪ ଜଣ ସାକ୍ଷୀ ଓ ୪୩ ଦସ୍ତାବିଜକୁ ଆଧାର କରି ଏସସି ଆଣ୍ଡ ଏସଟି ଅଦାଲତର ସ୍ୱତନ୍ତ୍ର ବିଚାରପତି ଲିଲିପିତା ପଶାୟତ ଏହି ରାୟ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଶିଷ ନରେନ୍ଦ୍ରଙ୍କୁ ହତ୍ୟା କରିଥିବା ନରେନ୍ଦ୍ରଙ୍କ ଭାଇ ଚକ୍ରଧର ନୀଳଗିରି ଥାନାରେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ଅଭିଯୋଗ କରିଥିଲେ। ୨୪୮/୧୭ରେ ମାମଲା ରୁଜୁ କରି ପୁଲିସ ଆଶିଷକୁ ଗିରଫ କରିଥିଲା। ସେବେଠାରୁ ଏହି ମାମଲା ଏସସି ଆଣ୍ଡ ଏସଟି ଅଦାଲତରେ ବିଚାରାଧୀନ ଥିଲା। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଲଳିତ କର ମୋକଦମା ପରିଚାଳନା କରିଥିଲେ।