ଭୁବନେଶ୍ୱର,୨୪ା୧(ବ୍ୟୁରୋ): ‘ସଅର’ ସମ୍ପ୍ରଦାୟ ଲୋକଙ୍କୁ ଆଦିବାସୀ ମାନ୍ୟତା ଦାବି କରି ନୀଳମାଧବ ଆଦିବାସୀ ସଂଘର ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି । ଶତାଧିକ ମହିଳା କର୍ମୀ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ସରକାର ବିରୋଧୀ ନାରା ଦେଇ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ । ଅଧାବାଟରେ ସୁରକ୍ଷା କର୍ମୀ ଅଟକାଇବାରୁ ସେମାନେ ୧୪୪ ଧାରା ଲାଗିଥିବା ଲୋୟର ପିଏମଜିରେ ଧାରଣାରେ ବସି ଥିଲେ । ପରେ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ନୀଳମାଧବ ଆଦିବାସୀ ସଂଘର ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନିଲତା ଦେହୁରୀ କହିଛନ୍ତି ।
‘ସଅର’ଶବ୍ଦର ଠିକ୍ ଇଂରାଜୀ (ଶବ୍ଦ)ଉଚ୍ଚାରଣ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିବାଦରେ ଲାଗିଛନ୍ତି । ଯାହା ଫଳରେ ୨୦୦୬ ମସିହା ଠାରୁ ‘ସଅର’ ସମ୍ପ୍ରଦାୟର ଲୋକମାନେ କୌଣସି ଜାତିର ମାନ୍ୟତା ଆଜି ପର୍ଯ୍ୟନ୍ତ ପାଇ ପାରିନାହାନ୍ତି । ‘ସଅର’ର ପ୍ରକୃତ ଇଂରାଜୀ ଶବ୍ଦ ଏସଏଓଆରଏ ଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ପାଖକୁ ଏସଏଚଏଆରଏ, ଏସଏଏଆରଏ ଭଳି ବିଭିନ୍ନ ପ୍ରକାରର ସ୍ପେଲିଙ୍ଗ କରି ପଠାଉଛନ୍ତି । ଫଳରେ ରାଜ୍ୟରେ ଥିବା ୧୧ ଲକ୍ଷ ‘ସଅର’ ସମ୍ପ୍ରଦାୟର ଆଦିବାସୀ ପରିବାର ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ନୀଳମାଧବ ଆଦିବାସୀ ସଂଘର ଉପଦେଷ୍ଟା ପ୍ରଶନ୍ନ ବିଷୋଇ ଅଭିଯୋଗ କରିଛନ୍ତି ।
ଏଥିପାଇଁ ହଜାର ହଜାର ଛାତ୍ରଛାତ୍ରୀ ଜାତିଗତ ପ୍ରମାଣପତ୍ର ନପାଇ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେଉଛି । ଇଂରାଜୀ ଶବ୍ଦ ଏସଏଏଆରଏ ଲେଖାଥିବା ଜାତି କେଉଁ ବର୍ଗରେ (ଏସଟି, ଏସି, ଓବିସି, ଏସ୍ଇବିସି) ସରକାର ଏପର୍ଯ୍ୟନ୍ତ ଚିହ୍ନଟ କରି ନଥିବା କହିଛନ୍ତି । ଏନେଇ ସଂଘ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତି । ତେଣୁ ଆଜି ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...