ନୀଳଗିରି ୧୬/୧୧: ମୃତ୍ୟୁ ଏମିତି ବି ଆସେ । ରୋଗୀ ଦେଖୁ ଦେଖୁ ଡାକ୍ତରଖାନାରେ ନିଜେ ଟଳିପଡ଼ିଲେ ଡାକ୍ତର। ନୀଳଗିରି ଉପଖଣ୍ଡ ହସ୍ପିଟାଲରୁ ଆସିଲା ଅଭାବନୀୟ ଖବର । ଡ୍ୟୁଟି ବେଳେ ହୃତ୍‌ଘାତର ଶିକାର ହେଲେ ଡାକ୍ତର ତ୍ରିନାଥ ପାଲ୍ । ଯାହାକୁ ନେଇ ଡାକ୍ତରଖାନାରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ସବୁ ଦିନ ଭଳି ଆଜି ସକାଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ୍ ରୋଗୀଙ୍କୁ ଦେଖୁ ଥିଲେ। ତାଙ୍କର ଓପିଡିରେ ଡ୍ୟୁଟି ଥିଲା । ଏହି ସମୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ହଠାତ ଅସୁସ୍ଥ ଅନୁଭବ କରିବାରୁ ରୋଗୀଙ୍କୁ ଛାଡ଼ି ଡାକ୍ତର କାର୍ଯ୍ୟଗୃହରେ ଥିବା ବାଥ୍‌ ରୁମ୍‌ ଯାଇଥିଲେ । କିଛି ସମୟ ନଆସିବାରୁ ଅନ୍ୟ ଡାକ୍ତର ଫୋନ କରିଥିଲେ । ହେଲେ ସେ ଫୋନ ଉଠାଇ ନଥିଲେ । ବହୁ କଷ୍ଟରେ ସେ ବାଥ୍‌ ରୁମ୍‌ କବାଟ ଖୋଲି ଆସିବା ପରେ ହଠାତ ଟଳି ପଡିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ଵର ନିଆଯାଇଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।