PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଗଣେଷ ମେଳାରେ ମଦୁଆ ଉତ୍ପାତ! ୮ ମଦୁଆଙ୍କୁ ରାସ୍ତାରେ ଆଣ୍ଠେଇଲା ପୁଲିସ୍‌

ଦେବଗଡ,୦୩/୦୯: ଦେବଗଡରେ ଚାଲିଥିବା ପ୍ରସିଦ୍ଧ ଗଣେଷ ମେଳାରେ କିଛି ମଦ୍ୟପଙ୍କ ଉନ୍ମତ କାଣ୍ଡ ଯୋଗୁଁ ପୁଲିସ୍‌ ବିଭିନ୍ନ ଜାଗାରେ ଚଢଉ କରିବା ସହ ୮ଜଣଙ୍କୁ କାବୁ କରି ରାସ୍ତାରେ ଆଣ୍ଠେଇବା ଘଟଣା ସହରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ପାଟ୍ରୋଲିଂ କରୁଥିବା ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ଭିନ୍ନ କିଶମର ହେପାଜତରେ ଥାନାକୁ ଆସିଥିବା ସମ୍ପୃକ୍ତ ମଦୁଆଙ୍କ ବିରୋଧରେ ପୁଲିସ ଆଇପିସି ଧାରା ୫୧୦ ଅନୁସାରେ ମାମଲା ଠୁଙ୍କିବା ସହ ତାଙ୍କ ପରିବାର ଲୋକଙ୍କୁ ଡାକି ସତର୍କ କରାଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ମଦୁଆ ପକଡ୍‌ ଅଭିଯାନ ନାଁରେ ମଡେଲ ପୁଲିସର ଏକ ସ୍ୱତନ୍ତ୍ର ଗାଡି ପଇଁତରା ମାରୁଥିଲେ ହେଁ ମଜା ମଜଲିସ ନାଁରେ ମଦ୍ୟପାନ କରୁଥିବା ଲୋକଙ୍କୁ ଆକଟ କରିବାରେ ପୁଲିସକୁ ନାକେଦମ୍‌ ହେବାକୁ ପଡୁଛି । ପୁଲିସ ସୂଚନାନୁସାରେ ଗତକାଲି ମେଳାର ୨ୟ ସନ୍ଧ୍ୟାରେ କିଛି ମଦ୍ୟପ ଲୋକ ଭିଡରେ ବିଶୃଙ୍ଖଳା କରୁଥିବା ଖବର ମିଳିଥିଲା । ଫଳରେ ପାଟ୍ରୋଲିଂ କରୁଥିବା ପୁଲିସର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗତକାଲି ବିଳମ୍ବିତ ରାତି ପ୍ରଧାନପାଟ, ବଡବଗିଚା ଓ ମହୁଲଢିପା ସାହି ନାଳ ପଡିଆ ଭଳି କିଛି ନିଛାଟିଆ ଜାଗାରେ ଚଢଉ କରିବା ସହ ଘଟଣାସ୍ଥଳରୁ ରିଆମାଳ ଥାନା ଟିଙ୍କବୀର ଗାଁର ଦୁଷ୍ମନ୍ତ ସାହୁ (୨୩), ସିପୁନ ବେହେରା (୩୦) ଓ ପ୍ରମୋଦ ଠାକୁର (୨୦)ଙ୍କ ସହ ପୌରାଂଚଳ ପତ୍ରାପାଲି ସାହିର ଶ୍ରୀଧର ମୁଣ୍ଡା (୨୦), ଗୋହିରା ସାହିର ବିଶିରାମ ଆଇନ୍ଦ (୨୭), ମଠ ସାହିର ଆର୍ଶିବାଦ ଜେନା (୨୩), ହାତିଶାଳ ସାହିର ତ୍ରୀଲୋଚନ ସିଂ (୨୪) ଓ ରିଆମାଳ ଥାନା କୋଲ୍‌ହବସା ଗାଁର ଜଗନ୍‌ ପାତ୍ର (୨୩) ପ୍ରମୁଖ ୮ ଜଣଙ୍କୁ କାବୁ କରିଥିଲା ।

ମଦ୍ୟପାନ କରିଥିବା ସମ୍ପୃକ୍ତ ଯୁବକ ମାନେ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବାରୁ ପୁଲିସ ସେମାନଙ୍କୁ ରାସ୍ତାରେ ଆଣ୍ଠେଇବା ସହ ଥାନାକୁ ଆଣିଥିବା ମଡେଲ ଥାନା ଆଇଆଇସି ସୁରେନ୍ଦ୍ର ନାୟକଙ୍କ ଠାରୁ ସୂଚନା ମିଳିଛି । ତେବେ ସେ ଯାହା ହେଉନା କାହିଁକି ମଦୁଆଙ୍କୁ ପୁଲିସର ଏଭଳି କଙ୍ଗାରୁ କୋର୍ଟ ଘଟଣା ଆଜି ସହରସାରା ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି।