ହାଇଦ୍ରାବାଦ ୯/୨: ଆମ ଦେଶର ଅବସ୍ଥାତ ସମସ୍ତଙ୍କୁ ଜଣା । କେଉଁଠି ରାସ୍ତା ନଥିବାରୁ ପ୍ରସୁତି ଖଟିଆରେ ବୁହା ହେଉଛି ତ ଆଉ କେଉଁଠି ଟଙ୍କା ଅଭାବରୁ ଗାଡି ନକରିପାରିବାରୁ ଘଣ୍ଟା ଘଣ୍ଟା ଧରି ଶବ ମେଡିକାଲରେ ପଡିରହୁଛି । ତେବେ କିଏ ଯଦି ମେଡିକାଲରେ ଭଲରେ ପହଞ୍ଚିଯାଉଛି ବି ଡାକ୍ତରଙ୍କ ଅବହେଳାର ଶିକାର ହେବାକୁ ପଡୁଛି । ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଅପରେସନ ପରେ ପେଟ ଭିତରେ ରହିଯାଇଛି ଏକ ଡାକ୍ତରୀ କଇଁଚି ଯାହା ବର୍ଷେ ପରେ ଜଣାପଡିଛି ।
୩୩ ବର୍ଷୀୟ ମହେଶ୍ୱର ଚୌଧୁରୀଙ୍କ ପେଟରେ ଭୟଙ୍କର ୟନ୍ତ୍ରଣା ହେଉଥିଲା । ଗତବର୍ଷ ନଭେମ୍ବରରେ ହାର୍ନିଆ ଅପରେସନ କରାଇଥିଲେ ମହେଶ୍ୱର, ସେବେଠାରୁ ପେଟରେ ବେଳେବେଳେ ଯନ୍ତ୍ରଣା ହେଉଥିଲେ । ପରିବାରରେ ସମସ୍ତେ ଭାବୁଥିଲେ ଯେ ହାର୍ନିଆ ଅପରେସନ୍ ଯୋଗୁଁ ବୋଧେ ଏହି ଯନ୍ତ୍ରଣା ହେଉଥିବ । କିନ୍ତୁ ଗତ କାଲି ଅର୍ଥାତ୍ ୮ ଫେବୃୟାରୀରେ ଯନ୍ତ୍ରଣା ଅଧିକ ହେବାରୁ ସେ ହାଇଦ୍ରାବାଦର ସେହି ମେଡିକାଲରେ ପହଞ୍ଚିଲେ ଯେଉଁଠି ସେ ପୂର୍ବରୁ ଅପରେସନ୍ କରାଇଥିଲେ । ଏକ୍ସରେ ପରେ ଜଣାପଡିଲା ଯେ ମହେଶ୍ୱରଙ୍କ ପେଟରେ ଏକ କଇଁଚି ରହିଯାଇଛି । ଢାକ୍ତରୀ କଇଁଚି । ଏହା ଗତ ବର୍ଷ ଅପରେସନ୍ ସମୟରେ ତାଙ୍କ ପେଟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରହିଯାଇଛି ।
{"id":2957}
ଘଟଣାଟି ହାଇଦ୍ରାବାଦରେ ନିଜାମ୍ସ ଇନଷ୍ଟିଚ୍ଯୁଟ୍ ଅଫ ମେଡିକାଲ ସାଇନ୍ସ (NIMS)ର ଯେଉଁଠି ଗତ ବର୍ଷ ୨ ନଭେମ୍ବରରେ ଏହି ଅପରେସନ୍ ହୋଇଥିଲା । ଏବେ ଡାକ୍ତରଙ୍କ ଅବହେଳା ମାମଲା ସାମ୍ନାକୁ ଆସିବା ପରେ ସେମାନଙ୍କୁ ଚିନ୍ତା ଘାରିଛି । ଅନ୍ୟପଟେ ମହେଶ୍ୱରଙ୍କ ପରିବାରଲୋକ ମେଡିକାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିକଟସ୍ଥ ପଞ୍ଜଗୁଟ୍ଟା ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରାଇଛନ୍ତି । ମେଡିକାଲରେ ଡାଇରେକ୍ଟର କେ. ମନୋହର କହିଛନ୍ତି ଯେ ଯାଞ୍ଚ କରାଯାଉଛି । ଏହି କଇଁଚି ଶରୀରର ଅନ୍ୟ କୌଣସି ଅଙ୍ଗକୁ କ୍ଷତି କରିଛିକି ନାହିଁ ତାର ଯାଞ୍ଚ ଚାଲିଛି । ସେ ଏହା ମଧ୍ୟ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ୩୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ହୋଇଛି ଏବଂ ସେଥିପାଇଁ ସେ ଦୁଃଖିତ । ସେ ମାଗଣାରେ ମହେଶ୍ୱରଙ୍କ ଚିକିତ୍ସା କରି ସେହି କଇଁଚିକୁ ବାହାର କରିବା କଥା କହିଛନ୍ତି । ପ୍ରଥମେ ମେଡିକାଲ ଅଧିକାରୀ ଏହି ମାମଲାକୁ ରଫା ଦଫା କରିବା ପାଇଁ ଚେଷ୍ଟା କଲେ କିନ୍ତୁ ପରେ ଭରସା ଦେଲେ ଯେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ।