ଭୁବନେଶ୍ବର,୨୦।୩ : ୧୯୯୭ ବ୍ୟାଚର ବରିଷ୍ଠ ଭାରତୀୟ ଡାକ ସେବା ଅଧିକାରୀ  ନିର୍ମଳଜିତ ସିଂ ଓଡିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଓଡିଶା ଡାକ ପରିମଣ୍ଡଳର ପ୍ରଶାସନ ଓ ପରିଚାଳନା କାର୍ଯ୍ୟ ଶ୍ରୀ ସିଂହ ଅନୁଧ୍ୟାନ କରିବେ। 

ଏ ନେଇ ଶ୍ରୀ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଓଡିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ତାଙ୍କ ପାଇଁ ସମ୍ମାନର ବିଷୟ। ଡାକ ବିଭାଗ ସବୁବେଳେ ଜନସେବାର ଆଧାର ହୋଇ ରହିଆସିଛି। ଓଡିଶାରେ ଏହା ଅଭିବୃଦ୍ଧି ଓ ଆଧୁନିକୀକରଣ ପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି।