ପାଟନା, ୭/୩ : ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଲାଗି ରହିଛି ଚର୍ଚ୍ଚା । ସେ ରାଜ୍ୟସଭା ପାଇଁ ନାମାଙ୍କନ ଭରିବା ପରେ ବିହାର ରାଜନୀତିରେ ବେଶ ହଲଚଲ ସୃଷ୍ଟି ହୋଇଛି । ତେବେ ସେ ରାଜ୍ୟସଭା ଯିବା ପରେ ପୁଅ ନିଶାନ୍ତ ରାଜ୍ୟ ରାଜନୀତିରେ ଏଣ୍ଟ୍ରି କରିବେ ବୋଲି ଆରଜେଡିର ବରିଷ୍ଠ ନେତା ହରିନାରାୟଣ କହିଥିଲେ କି, ସକ୍ରିୟ ରାଜନୀତିକୁ ଆସୁଛନ୍ତି ନିଶାନ୍ତ । ଏହାପରେ ରାଜ୍ୟ ରାଜନୀତିରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସେ କହିଛନ୍ତି କି, ନିଶାନ୍ତଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ନିଶାନ୍ତଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଆଲୋଚନା ହୋଇଥିବାବେଳେ ଦଳର ବିଧାୟକ ଏବଂ ନେତାମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି । ସେ ମାର୍ଚ୍ଚ ୮ ତାରିଖରେ ଦଳର ସଦସ୍ୟତା ଗ୍ରହଣ କରିବେ ବୋଲି କହିଛନ୍ତି । ଏହାପରେ ତାଙ୍କୁ ଦଳର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ତାଙ୍କୁ ନେଇ ଦଳର ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ ହୋଇଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତା ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର । ଏହାପରେ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ମଧ୍ୟ କହିଛନ୍ତି ।
ଏହାସହ ପଢ଼ନ୍ତୁ : ଟିଏମସି ସରକାର ଉପରେ ବର୍ଷିଲେ ମୋଦି, କହିଲେ ସବୁ ସୀମା ପାର୍ କରିଦେଲେ...