PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଆଇନା ସେମିତି ରହିବ, ଚେହେରା ବଦଳିବ, ଚମତ୍କାର କରିବ କି କଂଗ୍ରେସ?

pic- internet

ନୂଆଦିଲ୍ଲୀ: ଏନଡିଏରୁ ଅଲଗା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚେକ୍ ଦେବାକୁ ବିରୋଧୀଙ୍କୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଜଣେ ପରେ ଜଣେ ନେତାଙ୍କୁ ଭେଟି ୨୪ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ନୀତିଶ କୁମାର ବିପକ୍ଷ ଦଳଗୁଡ଼ିକ ସହ ଆକ୍ଟିଭ ଅଛନ୍ତି, ଯେଉଁମାନେ ଏକାସାଙ୍ଗରେ ମିଶି ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ବାଧିନ ଏନଡିଏକୁ ହରାଇବାରେ ଲାଗିଛନ୍ତି । ଏହାମଧ୍ୟରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଏବଂ ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ୍ବ ତଥା କେସିଆର ଲୋକସଭା ନିର୍ବାଚନ ପୂର୍ବରୁ ଏକ ରାଷ୍ଟ୍ରୀୟ ମୋର୍ଚ୍ଚା କରିବାକୁ ନିଜ ପ୍ରୟାସ ଲାଗିପଡ଼ିବା ସହ ଦେଶ ସାରା ବୁଲୁଛନ୍ତି ।

ଏହା ପୂର୍ବରୁ ପ୍ରଥମେ ନୀତୀଶ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟି ରଣନୀତି ତେଆର କରିଥିଲେ। ତେବେ ଏହି ପ୍ରୟାସ ମଧ୍ୟରେ ତାଙ୍କର ବ୍ୟକ୍ତିଗତ ଉଲବ୍ଧି କଣ ରହିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ୨୪ ପାଇଁ ରଣନୀତି ପ୍ରସ୍ତୁତି ନୂଆ ରାଜନୈତିକ ଦିଗ ସୃଷ୍ଟି କରିଛି।

କିଛି ବିରୋଧୀ ଦଳ ନୀତୀଶଙ୍କ ଏହି ପ୍ରୟାସକୁ କଟାକ୍ଷ କରିବା ସହ ସମାଲୋଚନା ଓ ଚର୍ଚ୍ଚା ମଧ୍ୟ କରୁଛନ୍ତି। ଯଦିଓ ଆଲୋଚନା ଓ ଚର୍ଚ୍ଚା ଗଣତନ୍ତ୍ର ପାଇଁ ଶୁଭଙ୍କର ହୋଇଥାଏ ହେଲେ ନୀତୀଶଙ୍କ ଏହି ପ୍ରୟାସ କେତେ ଦୂର ସମ୍ଭବ ହେବ ଏହା ଦେଖିବାର ଅଛି। ସେପଟେ ଉଦୟପୁର ନିନ୍ତନ ଶିବିରରେ କଂଗ୍ରେସ ନେଇଥିବା ନିଷ୍ପତ୍ତି ଆଧାରରେ କନ୍ୟାକୁମାରୀଠାରୁ କାଶ୍ମୀର ଯାଏ ୩,୫୭୦ କିଲୋମିଟର ଦୂର ‘ଭାରତ ଯୋଡୋ ଯାତ୍ରା’ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜୋରଦାର ହେଉଛି ।

ଏହି ପଦ ଯାତ୍ରାକୁ ଦେଖି କୁହାଯାଉଛି, ଏହା ଶାସକ ଦଳ ଉପରେ ଭାରି ପଡ଼ୁଛି।ରାହୁଲ ଗାନ୍ଧୀଙ୍କୁ ଦକ୍ଷିଣ ଭାରତରେ ଯେଉଁ ପ୍ରକାର ସ୍ୱାଗତ କରାଯାଉଛି ଏବଂ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ଏହା କଂଗ୍ରେସ ପାଇଁ ଭଲ ସଙ୍କେତ ଦେଉଛି। ଏହାକୁ ଦେଖି ଉତ୍ସାହିତ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯଦି ଏହି ଯାତ୍ରା କନ୍ୟାକୁମାରୀରୁ କାଶ୍ମୀର ଯାଏ ସଫଳ ହୁଏ ତେବେ ଗୁଜୁରାଟରୁ ଅରୁଣାଚଳ ପ୍ରଦେଶ ଯାଏ ଦ୍ୱିତୀୟ ପର୍ଯ୍ୟାୟରେ ରାହୁଲ ପଦ ଯାତ୍ରା କରିବେ।

ଭାରତୀୟ ରାଜନୀତି ଇତିହାସ ଉପରେ ଯଦି ନଜର ପକାଇବା ତେବେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ପରେ ହୋଇଥିବା ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ହେଲେ ଇନ୍ଦିରାଙ୍କ ବିରୋଧୀ ମେଣ୍ଟକୁ ବେଶି ଦିନ ସଫଳତା ମିଳି ନ ଥିଲା। ୧୯୮୦ ନିର୍ବାଚନରେ ଇନ୍ଦିରା ପୁଣି ଭଲ ସଂଖ୍ୟା ସହ ସରକାରକୁ ଫେରିଥିଲେ। ୧୯୭୭ ମାର୍ଚ୍ଚ ୨୭ ଯାଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗିରହିଥିଲା। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଇନ୍ଦିରା ବିରୋଧୀ ଆନ୍ଦୋଳନ ଯେଉଁପ୍ରକାର ସଫଳତା ଦେଇଥିଲା ତାହା କଂଗ୍ରେସକୁ ଗାଦିଚ୍ୟୁତ କରିଥିଲା। ଖୋଦ୍ ଇନ୍ଦିରା ଗାନ୍ଧୀ ମଧ୍ୟ ରାଜନାରାୟଣ ଆସନରୁ ନିର୍ବାଚନ ହାରିଥିଲେ। କଂଗ୍ରେସ ମାତ୍ର ୧୫୩ ସିଟରେ ସିମିତ ରହିବାକୁ ପଡ଼ିଥିଲା।