ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଦୁନିଆର ସବୁଠୁ ମହଙ୍ଗା ପାଣି ପିଅନ୍ତି ନୀତା ଅମ୍ୱାନୀ …ବିଳାସପୂର୍ଣ୍ଣ କାର୍ ଠାରୁ ବି ଦାମୀ ଏହାର ଗୋଟିଏ ବୋତଲ !

ନୂଆଦିଲ୍ଲୀ – ନୀତା ଅମ୍ୱାନୀଙ୍କର ଲାଇଫ୍‌ଷ୍ଟାଇଲ ସର୍ବଦା ଚର୍ଚ୍ଚାରେ ରହିଥାଏ। ତାଙ୍କର କପଡ଼ା ଠାରୁ ନେଇ ଗାଡ଼ି ଯାଏ ସବୁ କିଛିର ଦାମ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ହୋଇଥାଏ । ହେଲେ ଆପଣ ନୀତା ଅମ୍ୱାନୀ ପିଉଥିବା ପାଣି ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହି ପାଣିର ଦାମ୍‌ ସହ ବିଶେଷତା ସେମିତି ରହିଛି । ସେ ଯେଉଁ ପାଣି ପିଅନ୍ତି ତାହା କୌଣସି ସାଧାରଣ ପାଣି ନୁହେଁ । ଏହି ପାଣି ଖୁବ୍ ସ୍ୱତନ୍ତ୍ର ପ୍ରକାରର ହୋଇଥାଏ । ଏହି ପାଣିର ଗୋଟିଏ ବୋତଲର ଦାମ୍‌ କଥା ଯଦି କହିବା ତ ଏହା ଲକ୍ଷ ଲକ୍ଷ ଟଙ୍କାର ହୋଇଥାଏ । ଅନେକ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଏହାର କେବଳ ଏକ ଲିଟର ବୋତଲ କିଣିହୁଏ । ଏହା ଏତେ ମହଙ୍ଗା କି ଏତେ ଟଙ୍କାରେ ଆପଣ ଏକ ଭଲ ଘର କିଣି ପାରିବେ ବା ଏକ ଲଗଜରୀ କାର୍ କିଣି ପାରିବେ । ଏତେ ଟଙ୍କା ତ ଲୋକେ ନିଜର ପୂରା ଜୀବନରେ ଆୟ କରିପାରନ୍ତି ନାହିଁ ।

Nita Ambani drinks the world's most expensive water, the cost of a bottle  is 44 lakh rupees, the name is recorded in the Guinness Book - नीता अंबानी  पीती हैं दुनिया का

ମିଡ଼ିଆ ରିପୋର୍ଟ ମୁତାବିକ , ନୀତା ଅମ୍ୱାନୀ ଯେଉଁ ପାଣି ପିଅନ୍ତି , ତାର ଦାମ୍‌ ପାଖାପାଖି ୬୦ ହଜାର ଡଲାର । ଭାରତୀୟ ଟଙ୍କାରେ ଦେଖିବାକୁ ଗଲେ , ଏହା ପାଖାପାଖି ୪୪ ଲକ୍ଷ ଟଙ୍କାର ହୋଇଥାଏ । ଏତେ ଟଙ୍କାରେ ଏହି ପାଣିକୁ କେବଳ ୭୫୦ ଏମଏଲର ହିଁ ବୋତଲ ମିଳିଥାଏ । ନୀତା ଅମ୍ୱାନ ନିଜକୁ ସୁସ୍ଥ ରଖିବା ପାଇଁ Acqua di Cristallo Tributo a Modiglianiର ବୋତଲରୁ ପାଣି ପିଇଥାନ୍ତି । ୨୦୧୦ରେ Acqua di Cristallo Tributo a Modiglianiର ନାମ ଗିନିଜ ବୁକ୍ସରେ ସବୁଠୁ ମହଙ୍ଗା ପାଣି ବୋତଲ ଭାବେ ନାମିତ ହୋଇଥିଲା । ଏହା ବିଶ୍ୱର ସବୁଠୁ ମହଙ୍ଗା ବୋତଲ ମଧ୍ୟରୁ ଗୋଟିଏ । ଏହି ବୋତଲ ସୁନାରେ ତିଆରି ହୋଇଥାଏ । ବୋତଲରେ ମିଳୁଥିବା ପାଣି ଫ୍ରାନ୍ସ ବା ଫିଜିର ହୋଇଥାଏ । କୁହାଯାଏ ଏହି ପାଣିରେ ୫ଗ୍ରାମର ସୁନା ଭସ୍ମ ମିଶା ଯାଇଥାଏ , ଯାହା ଶରୀର ପାଇଁ ଖୁବ୍ ଉପକାରୀ ଭାବେ ଜଣାଯାଏ ।

ଏହି ବୋତଲଟି ଦେଖିବାକୁ ଯେତିକି ସୁନ୍ଦର , ଏହାଠାରୁ ଅଧିକ ସୁନ୍ଦର ଏହାର ଲେଦରର ପ୍ୟାକେଜିଂ । ଯଦି ଏହି ବ୍ରାଣ୍ଡ୍‌ର ସବୁଠୁ ଶସ୍ତା ବୋତଲ କଥା କହିବା ତ ଏହାର ଦାମ ମଧ୍ୟ ପାଖାପାଖି ୨୮୫ ଡଲାର ହେବ।

Copyright © 2022 - Summa Real Media Private Limited. All Rights Reserved.