PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

‘ଅନୁପମା’ ଫେମ୍ ନିତେଶ ପାଣ୍ଡେଙ୍କ ଦେହାନ୍ତ, ହୃଦଘାତରେ ଚାଲିଗଲା ଜୀବନ

ମୁମ୍ବାଇ ୨୪/୦୫: ଟିଭି ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟି ଦୁଃଖଦ ଖବର ସାମ୍ନାକୁ ଆସୁଛି। ‘ସାରାଭାଇ ଭର୍ସେସ୍ ସାରାଭାଇ’ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଖବରର କିଛି ଘଣ୍ଟା ପରେ ଜଣାଶୁଣା ଟିଭି ଅଭିନେତା ନିତେଶ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଛି। ହୃଦ୍‌ଘାତ ହେତୁ ନିତେଶଙ୍କର ୫୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସିରିଏଲ ‘ଅନୁପମା’ରେ ନିତେଶ ଧୀରଜ କପୁରଙ୍କ ଭୂମିକାରେ ଅଭିନୟ କରିଥିଲେ। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ରାତି ୨ ଟା ସମୟରେ ନାଶିକ ନିକଟ ଇଗତପୁରୀରେ ନୀତେଶଙ୍କର ହୃଦ୍‌ଘାତ ହୋଇଥିଲା। ସେ ସୁଟିଂ ପାଇଁ ଏଠାକୁ ଆସିଥିଲେ। ହୃଦ୍‌ଘାତ ପରେ ନିତେଶଙ୍କର ମୃତ୍ୟୁ ହୋଇଛି।

ଫିଲ୍ମ ନିର୍ମାତା ସିଦ୍ଧାର୍ଥ ନାଗର ଅଭିନେତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି। ନାଗର କହିଛନ୍ତି, “ହଁ ଆପଣ ଠିକ୍ ଶୁଣିଛନ୍ତି। ମୋ ଭାଇ ଆଉ ନାହାଁନ୍ତି। ମୋ ଭଉଣୀ ଅର୍ପିତା ପାଣ୍ଡେ ଚକିତ। ନିତେଶଙ୍କ ବାପା ତାଙ୍କ ପାର୍ଥିବ ଶରୀର ଆଣିବା ପାଇଁ ଇଗତପୁରୀ ଯାଇଛନ୍ତି। ସେ ଅପରାହ୍ନ ସୁଦ୍ଧା ଏଠାରେ ପହଞ୍ଚିବେ। ଏହି ଘଟଣା ପରେ ମୁଁ ଅର୍ପିତାଙ୍କ ସହ କଥା ହୋଇପାରୁ ନାହିଁ। ମୁଁ ମଧ୍ୟ ଇଗତପୁରୀ ଯାଉଛି, ମୁଁ ବର୍ତ୍ତମାନ ଟ୍ରେନରେ ଅଛି। ନିତେଶ ମୋ ଠାରୁ ବହୁତ ସାନ ଥିଲେ। ସେ ଜଣେ ଜୀବନ୍ତ ବ୍ୟକ୍ତି ଥିଲେ ଏବଂ ମୁଁ ଭାବୁନାହିଁ ତାଙ୍କର କିଛି ହୃଦରୋଗର ହିଷ୍ଟ୍ରି ଥିଲା।”

ନିତେଶ ‘ଓମ୍ ଶାନ୍ତି ଓମ୍’ରେ ଶାହାରୁଖଙ୍କ ସହକାରୀ ଭୂମିକା ଗ୍ରହଣ ପାଇଁ ଜଣାଶୁଣା। ସେ ଅନେକ ଫିଲ୍ମ ‘ଦବଙ୍ଗ ୨’, ‘ଖୋସଲା କା ଘୋସଲା’ ଏବଂ ଟିଭି ସିରିଏଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ବର୍ତ୍ତମାନ ‘ଇଣ୍ଡିଆୱାଲୀ ମା’, ଓ ‘ଅନୁପମା’ରେ କାମ କରୁଥିଲେ।