PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ନୀତୀଶ ଓ ତେଜସ୍ୱୀ ଆଜି ନେବେ ଶପଥ, ୭ ଟି ଦଳ ‘ମହାମେଣ୍ଟ’ ସହ ମିଶି ସରକରା ଗଢ଼ିବେ

pic- ndtv.in

ପାଟନା: ବିହାରେରେ ଆଜି ନୀତୀଶ କୁମାର ଓ ଆରଜେଡି ନେତା ତେଜସ୍ୱୀ ଯାଦବ ଶପଥ ଗ୍ରହଣ କରିବେ। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବାବେଳେ ତେଜସ୍ୱୀ ଉପ ମୁଖ୍ୟମନ୍ତ୍ରୀ ଭାବ ଶପଥ ଗ୍ରହଣ କରିବେ। ନୀତୀଶ ବିଜେପିର ହାତ ଛାଡ଼ିବା ପରେ ୭ ଟି ଦଳ ‘ମହାମେଣ୍ଟ’ ସହ ମିଶି ସରକାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ ତେଜସ୍ୱୀ ଯାଦବଙ୍କ ଆରଜେଡି ଓ ବିରୋଧୀ ଦଳଗୁଡ଼ିକ ରହିଛି।

କୁହାଯାଉଛି ଯେ ଶପଥ ଗ୍ରହଣ ଉତ୍ସବ ରାଜଭବନରେ ଆଜି ଅପରାହ୍ନ ୨ ଟା ସମୟରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ନୀତୀଶ କୁମାର ମଙ୍ଗଳବାର ରାଜ୍ୟପାଳ ଫାଗୁ ଚୌହାନଙ୍କ ସହ ଆଲୋଚନା କରିବା ସହ ଅଷ୍ଟମଥର ପାଇଁ ରାଜ୍ୟରେ ସରାକାର ଗଢ଼ିବାକୁ ଦାବି କରିଥିଲେ। ନୀତୀଶ ମଙ୍ଗଳବାର ରାଜ୍ୟପାଳଙ୍କ ସହ ଦୁଇଥର ଆଲୋଚନା କରିଥିଲେ। ପ୍ରଥମେ ଏନଡିଏ ମେଣ୍ଟ ନେତୃତ୍ୱାଧିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ଦେଇଥିଲେ। ଦ୍ୱିତୀୟ ଥର ତେଜସ୍ୱୀ ସମେତ ବିରୋଧୀ ମହାମେଣ୍ଟର ଅନ୍ୟ ସହଯୋଗୀଙ୍କ ସହ ରାଜଭବନ ଯାଇ ରାଜ୍ୟପାଳଙ୍କ ୧୬୪ ବିଧାୟକଙ୍କ ସମର୍ଥନ ସୂଚି ପ୍ରଦାନ କରିଥିଲେ।