ବିଜେପୁର, ୨୦।୫ :ବରଗଡ  ଜିଲ୍ଲା ବିଜେପୁର ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁଙ୍କ ବିରୋଧରେ ସୋମବାର ଅନାସ୍ଥା ପ୍ରସ୍ତlବ ଆଗତ ହୋଇଥିଲା l ୨୩ ସମିତି ସଭ୍ୟ ଓ ୨୩ ସରପଞ୍ଚ ମଧ୍ୟରୁ ୧୩ ସମିତି ସଭ୍ୟ ଓ ୧୭ ସରପଞ୍ଚ ଅନାସ୍ଥା ସପକ୍ଷରେ ମତଦାନ କରିଥିଲେ । ବିଜେପୁର ବିଧାୟକ ସନତ ଗଡାତୀୟl ଓ ବରଗଡ ସାଂସଦ ପ୍ରଦୀପ ପୁରୋହିତ ନିଜ ମତ ସାବ୍ୟସ୍ତ କରିଥିଲେ। ମୋଟ ୩୨  ଟି ଭୋଟ ଅନାସ୍ଥା ସପକ୍ଷରେ ମତଦାନ ହୋଇଥିଲା l