PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

୨୦୨୨ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ କରୋନା ଟିକା ମିଳିବା ଅସମ୍ଭବ – କୋଭିଡ୍‌ ସହଜରେ ଯିବ ନାହିଁ – ଏମ୍ସ ନିର୍ଦ୍ଦେଶକ

https://www.indiatoday.in/

ନୂଆଦିଲ୍ଲୀ – କରୋନା ଭାଇରସ୍‌ ଟିକାକୁ ନେଇ ସାରା ବିଶ୍ୱର ଲୋକେ ଅପେକ୍ଷା କରିଥିବା ବେଳେ ଏମ୍ସ  ନିର୍ଦ୍ଦେଶକ  ଡାଃ  ରଣଦୀପ୍‌ ଗୁଲେରିଆଙ୍କ ବୟାନ ଏବେ ଚିନ୍ତାର ବିଷୟ ପାଲଟିଛି । କରୋନା ଭାକ୍‌ସିନ ପାଇବା ପାଇଁ ଲୋକେ ଯେଉଁ ଖୁସିରେ ଅପେକ୍ଷା କରିଥିଲେ , ସେହି ଅପେକ୍ଷା ଏବେ ଆହୁରି ବଢ଼ିଯାଇ ପାରେ । ଯାହାକି ଡାଃ ରଣଦୀପ୍‌ ଗୁଲେରିଆଙ୍କ ସୂଚନାକୁ ଜଣାପଡ଼ିଛି । ଏହି ଟିକା ସାଧାରଣ ଲୋକଙ୍କ ପାଖରେ ଉପଲବ୍ଧ ହେବାକୁ ୨୦୨୨ ମସିହା ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି । ଆଉ ମଧ୍ୟ ଭାରତୀୟ ବଜାରରେ କୋଭିଡ୍‌ ଟିକା ସହଜରେ ମିଳିବାକୁ ଗୋଟିଏ ବର୍ଷ ଲାଗିଯିବବୋଲି ସେ ଦର୍ଶାଇଛନ୍ତି ।  

ଦେଶରେ କରୋନା ଭାଇରସ୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ନ୍ୟାସନାଲ୍‌ ଟାକ୍ସ ଫୋର୍ସର  ସଦସ୍ୟ ଥିବା  ଡଃ  ରଣଦୀପ୍‌ ଗୁଲେରିଆ ସିଏନ୍‌ଏନ୍‌-ନ୍ୟୁଜ୍‌-୧୮କୁ ସାକ୍ଷାତ୍‌କାରରେ କହିଥିଲେ , ସାଧାରଣ ଲୋକଙ୍କ ପାଇଁ ଏହା ପାଖାପାଖି ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଦେଶର ଜନସଂଖ୍ୟା ବହୁତ ଅଧିକ । ଆମକୁ ଏହା ଦେଖିବାକୁ ସମୟ ଆବଶ୍ୟକ କି କେମିତି ଏକ ଫ୍ଲୁ ଭାକସିନ୍‌ ପରି ବଜାରରୁ କରୋନା ଭାକ୍‌ସିନ୍‌ କିଣାଯାଇ ପାରିବ ଏବଂ ଏହାକୁ ସମସ୍ତେ ନେଇ ପାରିବା । ବାସ୍ତବରେ ଏହା ହେବ ଏକ ଆଦର୍ଶ ସ୍ଥିତି ବୋଲି ରଣଦୀପ୍‌ ଗୁଲେରିଆ କହିଛନ୍ତି ।

କରୋନା ଭାକସିନ୍‌ ଉପଲବ୍ଧ ହେବା ପରେ ଭାରତ ସାମନାରେ ଆସିବାକୁ ଥିବା ପରିସ୍ଥିତି ବିଷୟରେ ପଚାରିବାକୁ ନେଇ ଏମ୍ସ ନିର୍ଦ୍ଦେଶକ  କହିଥିଲେ କି ,ମୁଖ୍ୟ ଧ୍ୟାନ ହେବ ବିତରଣକୁ ନେଇ , ଯାହାକି ଦେଶର ପ୍ରତି କୋଣରେ ପହଞ୍ଚି ପାରିବ ।

ସେ କହିଥିଲେ ,  କୋଲ୍ଡ ଚେନ୍‌ ତିଆରି କରିବା, ପର୍ଯ୍ୟାପ୍ତ ପରିମାଣର ସିରିଞ୍ଜ୍‌ , ଆବଶ୍ୟକୀୟ ଛୁଞ୍ଚି ଏବଂ ଏହାକୁ ଦେଶର ସୁଦୂର ସ୍ଥାନରେ ପହଞ୍ଚାଇବା ଏକ ବଡ଼ ଚ୍ୟାଲେଞ୍ଜ୍‌ ସଦୃଶ ।

ଏହାସହ ଦ୍ୱିତୀୟ ଚ୍ୟାଲେଞ୍ଜ୍‌  ବିଷୟରେ ଡାଃ ରଣଦୀପ୍‌ ଗୁଲେରିଆ  କହିଥିଲେ – ଏହାପରେ ସାମନାକୁ ଆସିବାକୁ ଥିବା ଆଉ ଏକ ଭାକ୍‌ସିନ୍‌ର ସ୍ଥିତି  ବିଷୟରେ ଫିଗର ତିଆରି କରିବାକୁ ପଡ଼ିବ ଏବଂ ଏହା ପ୍ରଥମ ଭାକ୍‌ସିନ୍‌ ଠାରୁ  ଅଧିକ ପ୍ରଭାବଶାଳୀ କିପରି ହେବ  , ଏହାର ସ୍ଥିତି ବିଷୟରେ କିପରି ଜାଣିବା  ଏବଂ କିପରି ସ୍ଥିର କରିପାରିବା କିଏ ଭାକସିନ୍‌- ଏ ନେବ ଓ କିଏ ଭାକ୍‌ସିନ- ବି ନେବ ? ଏହା ହେଉଛି ମୁଖ୍ୟ କଥା । ଏନେଇ ଅନେକ ଗୁଡ଼ିଏ ନିଷ୍ପତ୍ତି ଆମକୁ ନେବାକୁ ହେବ ବୋଲି ଡାଃ ରଣଦୀପ୍‌ ଗୁଲେରିଆ  କହିଥିଲେ ।  

ସମ୍ବନ୍ଧିତ ଖବର