ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

‘No helmet no fuel’; ନୂଆ ପଲିସି ଆଣିଲେ ରାଜ୍ୟ ସରକାର

Published By : Tapas Panda | January 12, 2025 11:50 PM

Image Couretsy: indiatvnews

ଲକ୍ଷ୍ନୌ: ରାଜ୍ୟର ସବୁ ସହରରେ ଲାଗୁ ହୋଇଛି ନୂଆ ନିୟମ । ରାଜ୍ୟ ପରିବହନ ବିଭାଗ ନୂଆ ପଲିସି ଲାଗୁ କରିଛି । ବିନା ହେଲମେଟ୍‌ରେ ଗଲେ ପେଟ୍ରୋଲ୍‌ ପମ୍ପରେ ଉଭୟ ପେଟ୍ରୋଲ ଓ ଡିଜେଲ୍‌ ମିଳିବ ନାହିଁ । ଉତ୍ତର ପ୍ରଦେଶ ପରିବହନ ବିଭାଗ ରବିବାର ପ୍ରତି ସହର ପାଇଁ ‘ନୋ ହେଲମେଟ୍‌, ନୋ ଫ୍ୟୁଲ୍‌’ ପଲିସି ଲାଗୁ କରିଛି । ଏନେଇ ଜାନୁଆରୀ ୮ରେ ପରିବହନ କମିଶନର ବ୍ରଜେଶ ସିଂହ ନୂଆ ପଲିସି ସଂପର୍କରେ ଏକ ବିଜ୍ଞପ୍ତି ଜାରି କରିଥିଲେ । 

ସବୁ ପେଟ୍ରୋଲ ପମ୍ପଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବିନା ହେଲମେଟରେ ଆସୁଥିବା ବାଇକ୍‌ ଚାଳକଙ୍କୁ ପେଟ୍ରୋଲ୍‌ ଦେବେ ନାହିଁ । ଏପରିକି ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ୍‌ ପିନ୍ଧିନଥିବେ ତେବେ ପେଟ୍ରୋଲ ମିଳିବ ନାହିଁ । ସମସ୍ତ ୭୫ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ଚିଠି ଦିଆଯାଇଛି । ହେଲମେଟ ପିନ୍ଧୁନଥିବା ବାଇକ୍‌ ଚାଳକଙ୍କ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଏହି ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । 

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ସଡ଼କ ଦୁର୍ଘଟଣା ପାଇଁ ରାଜ୍ୟରେ ବାର୍ଷିକ ୨୫୦୦୦-୨୬୦୦୦ ଜୀବନ ଯାଉଛି । ବିଶେଷ କରି ବିନା ହେଲମେଟରେ ଗାଡ଼ି ଚଳାଉଥିବା ବାଇକ ଚାଳକଙ୍କ ମୃତ୍ୟୁ ଅଧିକ ହେଉଛି । ତେବେ ଏହି ପଲିସି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମ୍‌ କରିବା ପାଇଁ ଆସିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.