ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ମାଲକାନଗିରିରେ ପ୍ରହସନ ପାଲଟିଛି ପିଏମ ପୋଷଣ ଯୋଜନା, ବିଦ୍ୟାଳୟରେ ପ୍ରଦର୍ଶନ କରାଯାଉନାହିଁ ମଧ୍ୟାହ୍ନ ଭୋଜନ ସୂଚନା ଫଳକ

Published By : Prameya | November 14, 2024 8:35 PM

ମାଲକାନଗିରି, ୧୪/୧୧ : ମାଲକାନଗିରି ଜିଲ୍ଲାରେ ପ୍ରହସନ ପାଲଟିଛି ପିଏମ ପୋଷଣ ଯୋଜନା । ବିଦ୍ୟାଳୟ ଗୁଡିକରେ ପ୍ରଦର୍ଶନ କରାଯାଉନାହିଁ ମଧ୍ୟାହ୍ନ ଭୋଜନ ସୂଚନା ଫଳକ। ମାଲକାନଗିରି ଜିଲ୍ଲାର ପିଏମ ପୋଷଣ ଯୋଜନାରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଥିବା ପ୍ରତ୍ୟେକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ତାଲିକା ପ୍ରଦର୍ଶନ ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟକୁ ୫ ହଜାର ଟଙ୍କା ଯୋଗାଇ ଦିଆଯାଇଛି ।

ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ସପ୍ତାହର ଭିନ୍ନ ଭିନ୍ନ ବାର ଦିନ ଭିନ୍ନ ଭିନ୍ନ ତରକାରୀ ଦିଆଯାଉଛି । ଏହି ଯୋଜନା ମୁତାବକ ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କ ଜାଣିବା ପାଇଁ କେଉଁ ବାର ଦିନ କେଉଁ ତରକାରୀ ଦିଆଯିବ, କେଉଁ ଶ୍ରେଣୀର ପିଲାଙ୍କୁ କେତେ ଗ୍ରାମ ଚାଉଳର ଭାତ ଦିଆଯିବ, କେତେ କ୍ୟାଲୋରୀ ଶକ୍ତି ମିଳିବ,  ମଧ୍ୟାହ୍ନ ଭୋଜନର ଲୋଗୋ ସମେତ ଜରୁରୀକାଳୀନ ସେବା ପାଇଁ କେତେକ ଯୋଗାଯୋଗ ନମ୍ବର, ପଞ୍ଚନୀୟମ ଫଳକ, ଛାତ୍ରଛାତ୍ରୀଙ୍କ ଅଧିକାର, ସାପ୍ତାହିକ ବିବରଣୀ ଜନ ସାଧାରଣଙ୍କ ଜାଣିବା ପାଇଁ ବିଦ୍ୟାଳୟର କାନ୍ଥରେ ରଙ୍ଗ ଦ୍ଵାରା ଲେଖାଯିବ ଓ ସ୍ଥାନିତ କରାଯିବାର ବ୍ୟବସ୍ଥା ରହିଛି। 

ଏଥିପାଇଁ ବିଭାଗ ତରଫରୁ ନୋଡାଲ ଅଫିସର୍, ପିଏମ ପୋଷଣ, ଓଡ଼ିଶା ମାଧ୍ୟମରେ ଗତ ଜାନୁଆରୀ ମାସ ୧୬ତାରିଖର ପତ୍ର ସଂଖ୍ୟା ୪୦ରେ ପାଞ୍ଚ ହଜାର ଟଙ୍କା ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବା ମଧ୍ୟାହ୍ନ ଭୋଜନ ପାଇଁ ଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ଯୋଗାଇ ଦିଆଯାଇ ଏହାର ଖର୍ଚ୍ଚ ଉଦ୍ଦେଶ୍ୟରେ ଏକ ଗାଇଡଲାଇନ୍ ବି ଦିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ଦୁର୍ବଳ ତଦାରଖ ଓ ଅଧିକାରୀଙ୍କ କୋହଳ ମନୋଭାବ ଯୋଗୁଁ ଟଙ୍କା ଆସିବାର ପ୍ରାୟ ଏକ ବର୍ଷ ଅତିକ୍ରମ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲାର ଅନେକ ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହୋଇ ନ ଥିବା ଦେଖିବାକୁ ମିଳୁଛି । 

କିଛି ବିଦ୍ୟାଳୟ କାମ ନ କରି ପୁରୁଣା କାମକୁ ସଦ୍ୟ କାମ ଦର୍ଶାଇବାକୁ ଯୋଜନା ବି କରୁଛନ୍ତି । ଆଉ କିଛି ଟଙ୍କା ଉଠାଇ ନୀରବ ରହିଥିବା ଅଭିଯୋଗ ହେଉଛି । ଏହା ଉପରେ ମଧ୍ୟାହ୍ନ ଭୋଜନ ବା ପିଏମ ପୋଷଣର ଜିଲ୍ଲା ନୋଡାଲ ଅଫିସର୍ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାମ ନ କରି ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ଏହି ସୂଚନାଫଳକ ଦର୍ଶାଇ ଦେଲେ ମଧ୍ୟାହ୍ନ ଭୋଜନରେ ହଡ଼ପ କରିବା କଷ୍ଟକର ହୋଇଯିବ ତେଣୁ ଜାଣି ଶୁଣି ଅନେକ ବିଦ୍ୟାଳୟରେ ସୂଚନାଫଳକ ଲଗା ଯାଉ ନ ଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.