ନୂଆଦିଲ୍ଲୀ : ଦିଲ୍ଲୀର ସିଏମ୍ ରେଖା ଗୁପ୍ତା କହିଛନ୍ତି , ଦିଲ୍ଲୀରେ ପ୍ରଦୂଷଣ ଓ ସ୍ମଗ୍ ରହିଛି , କିନ୍ତୁ ଏହା ଆଜି ଏମିତି ହୋଇ ନାହିଁ। ଏହା ଏକ ଲିଗେସି ପ୍ରବ୍ଲେମ୍ , ଯାହା ଆମକୁ ମିଳିଥିଲା। ଏହା ବର୍ଷ ବର୍ଷ ଧରି ଚାଲି ଆସିଥିବା ଏକା ସମସ୍ୟା। ଏଥିରେ ଅନେକ ଗୁଡ଼ିଏ ଫ୍ୟାକ୍ଟର କାମ କରିଥାଏ। ଏହାକୁ ବୃଦ୍ଧି କରାଇବାରେ ପରିବହନ , ଓପନ ବର୍ଣ୍ଣିଂ , ଡଷ୍ଟ ଭଳି ଅନେକ ଫ୍ୟାକ୍ଟର କାମ କରିଥାଏ। ଏମିତି ନୁହେଁ ଯେ, କିଛି ଯାଦୁ ବାଡ଼ି ବୁଲାଇ ଦେଲେ ହଠାତ୍ ପଲ୍ୟୁସନ (ପ୍ରଦୂଷଣ) ଶେଷ ହୋଇଯିବ। ପ୍ରଦୂଷଣକୁ ରୋକିବା ପାଇଁ ଏକ ରେଗୁଲାର ପ୍ରକ୍ରିୟା ଅଛି। ଏତିକି ଜରୁରି ଯେ, ଗତ ୧୦ ମାସରେ ଆମ ସରକାର ଏହି ଦିଗରେ ଅଦ୍ଭୁତପୂର୍ବ କାମ କରିଛନ୍ତି।

ସିଏମ୍ ରେଖା ଗୁପ୍ତାଙ୍କୁ ହିନ୍ଦୁସ୍ତାନ ଲିଡରଶିପ୍ ସମିତି ୨୦୨୫ରେ ପଚରା ଯାଇଥିଲା ଯେ, ଦିଲ୍ଲୀରୁ ପଲ୍ୟୁସନ କେବେ ଶେଷ ହେବ। ସିଏମ୍ ରେଖା ଗୁପ୍ତା କହିଥିଲେ ଯେ, ଦିଲ୍ଲୀରେ ପଲ୍ୟୁସନ ଏକ ଲିଗେସି ପ୍ରବ୍ଲେମ୍। ଏହା ବର୍ଷ ବର୍ଷରୁ ଚାଲି ଆସୁଥିବା ସମସ୍ୟା । ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିର ଅନେକ କାରଣ ରହିଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦିଲ୍ଲୀ ଏକ ବଡ଼ ସହର, ଯାହାର ଜନସଂଖ୍ୟା ଲଗାତାରା ବଢିବାରେ ଲାଗିଛି। ଏହିପରି ପୂର୍ବରୁ ଯେଉଁ ଟ୍ରାଫିଜ୍ ଜାମ ହେଉଥିଲା, ଆଜି ଏହା ଏହା ଠାରୁ ଅନେକ ଗୁଣ ଅଧିକ। ପୂର୍ବରୁ ଯେତିକି ଗାଡ଼ିର ରେଜିଷ୍ଟ୍ରେସନ ହେଉଥିଲା , ଆଜି ଏହାଠାରୁ ତିନି ଗୁଣା ଅଧିକ ହେଉଛି। ଏସବୁ ସ୍ଥିତି ଲଗାତାର ବଢି ଚାଲିଛି। ପ୍ରଦୂଷଣରେ କୌଣସି ଗୋଟିଏ ଇନପୁଟ୍ କାମ କରେ ନାହିଁ।

ସିଏମ୍ ରେଖା ଗୁପ୍ତା କହିଛନ୍ତି , ଏଥିରେ ଓପନ ବର୍ଣ୍ଣିଂ ମଧ୍ୟ କାମ କରେ। ଏଥିରେ ଡଷ୍ଟ ମଧ୍ୟ କାମ କରେ। ଏଥିରେ ଟ୍ରାଫିକ୍ ମଧ୍ୟ କାମ କରେ। ଏହିପରି ସବୁ ମିଶି ଏକ ବଡ଼ ସମସ୍ୟା ଭାବେ ପ୍ରଦୂଷଣ ରୂପେ ଉଭା ହୁଅନ୍ତି।

ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସିଏମ୍ କହିଛନ୍ତି ଜନସଂଖ୍ୟା ବି ଏକ ବଡ଼ ଫ୍ୟାକ୍ଟର। ଦିଲ୍ଲୀରେ ଯେଉଁଭଳି ଜନସଂଖ୍ୟା ବଢୁଛି। ରାଜଧାନୀର ସଡ଼କରେ ଯେଉଁ ଭଳି ଟ୍ରାଫିକ୍ ବଢୁଛି। ବହୁତ ଗୁଡ଼ିଏ ପଦକ୍ଷେପ ଆମେ ପରିବହନ ଦିଗରେ ମଧ୍ୟ ନେଇଛୁ। ସରକାରୀ ପରିବହନକୁ ଦେଖିବା ତ ୫୦ ପ୍ରତିଶକ ଆମେ ଇଭି (ଇଲେକ୍ଟ୍ରିକ୍ ଭାଇକଲ) କୁ ଆସି ସାରିଛୁ।

ରେଖା ଗୁପ୍ତା କହିଛନ୍ତି , ଆଗାମୀ ବର୍ଷର ଶେଷ ସୁଦ୍ଧା ଆମର ସବୁ ବସ୍ ଇଲେକ୍ଟ୍ରିକ୍ ହେବାକୁ ଯାଉଛି। ପ୍ରତି ଜିନିଷର ମାପ ଅଛି। ନଡା ଜଳିବା ବି କାରଣ ଅଛି। ଦିଲ୍ଲୀ ଏନସିଆରରେ ଫ୍ୟାକ୍ଟ୍ରି ଗୁଡି଼କରେ ହେଉଥିବା ପ୍ରଦୂଷଣ ବି ଏକ କାରଣ। ଦିଲ୍ଲୀରେ ପ୍ରଦୂଷଣର ଅନେକ ଗୁଡ଼ିଏ କାରଣ ଅଛି। ଏସବୁ ଉପରେ କାମ କରିବାକୁ ପଡ଼ିବ।