ନୂଆଦିଲ୍ଲୀ : ଅନେକ ସମୟରେ ଦମ୍ପତିଙ୍କୁ ପବ୍ଲିକ୍‌ ସ୍ଥାନରେ ପିଡିଏ (ପବ୍ଲିକ୍‌ ଡିସପ୍ଲେ ଅଫ୍‌ ଆଫେକ୍ସନ) କରିବାର ଦେଖି ଥିବେ। ଏଥିରେ ଅନେକ ଲୋକ ଅଭିଯୋଗ ମଧ୍ୟ କରିଥାନ୍ତି , କାରଣ ସେମାନେ ଏଥିରେ ଅସହଜ ଅନୁଭବ କରିଥାନ୍ତି। ଦମ୍ପତିଙ୍କ ପିଡିଏରେ ବେଙ୍ଗାଲୁରୁର ଜଣେ କ୍ୟାବ୍‌ ଡ୍ରାଇଭର ଏମିତି ଅସୁବିଧାରେ ପଡ଼ି ଯାଇଛନ୍ତି ଯେ, ସେ ନିଜ ଗାଡ଼ିରେ ଦମ୍ପତିଙ୍କ ପାଇଁ ଏକ ୱାର୍ଣ୍ଣିଂନୋଟ୍‌ ଲଗେଇ ଦେଇଛନ୍ତି। 

ଷ୍ଟାର୍ଟଅପ୍‌ ପାଇଁ ପ୍ରସିଦ୍ଧ ରାଜ୍ୟ ବେଙ୍ଗାଲୁରୁରେ ନିତି ଦିନ ଏମିତି କିଛି ନା କିଛି ଘଟଣା ଘଟିଥାଏ , ଯାହା ସୋସିଆଲ ମିଡ଼ିଆରେ ଆଲୋଚନାର ବିଷୟ ହୋଇଯାଏ। ଏଥିରେ ବେଙ୍ଗାଲୁରୁର ଜଣେ କ୍ୟାବ୍‌ ଡ୍ରାଇଭରଙ୍କୁ ଚେତାବନୀ ପୂର୍ଣ୍ଣ ନୋଟ୍‌ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି., ଯେଉଁଥିରେ ଡ୍ରାଇଭର ଗାଡ଼ିରେ ଦମ୍ପତିଙ୍କୁ ଶାନ୍ତ ରହିବା ଓ ପରସ୍ପର ଠାରୁ ଦୂରତା ବଜାୟର କଡ଼ା ଚେତାବନୀ ଦେଉଛନ୍ତି।

ନିକଟରେ ରେଡିଟ୍‌ରେ ଜଣେ ୟୁଜର ବେଙ୍ଗାଲୁରୁର ଏକ କ୍ୟାବ୍‌ର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସିଟ୍‌ର ପଛରେ ଡ୍ରାଇଭର ଏକ ୱାର୍ଣ୍ଣିଂ ନୋଟ୍‌ ଲଗାଇ ଥିଲେ। ଏହି ପୋଷ୍ଟ ଇଣ୍ଟରନେଟ୍‌ରେ ହସର ଖୋରାକ୍‌ ଯୋଗାଇଛି। 

ଉଲ୍ଲେଖନୀୟ ଯେ, ଏହି ୱାର୍ଣ୍ଣିଂ ନୋଟ୍‌ରେ ଦମ୍ପତିଙ୍କୁ କ୍ୟାବ୍‌ରେ ରୋମାନ୍ସ କରିବାକୁ ମନା କରାଯାଇ ଲେଖା ହୋଇଛି , ୱାର୍ଣ୍ଣିଂ ! ରୋମାନ୍ସ କରନ୍ତୁ ନାହିଁ । ଏହା ଏକ କ୍ୟାବ୍‌ । ଆପଣଙ୍କର ପ୍ରାଇଭେଟ୍‌ ପ୍ଲେସ୍‌ ବା ଓୟୋ ହୋଟେଲ ନୁହେଁ , ଏଥିପାଇଁ ଦୟାକରି ଦୂରତା ବଜାୟ ରଖନ୍ତୁ ଏବଂ ଶାନ୍ତ ରୁହନ୍ତୁ।

ବେଙ୍ଗାଲୁରୁର ଏହି କ୍ୟାବ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏହି ନୋଟ୍‌ର ଫଟୋ ନେଇ ରେଡିଟ୍‌ରେ ସେୟାର କରି ଲେଖିଛନ୍ତି , ଆଜି ବେଙ୍ଗାଲୁରୁର ଏକ କ୍ୟାବ୍‌ରେ ମୁଁ ଏହା ଦେଖିଲି । କ୍ୟାବ୍‌ରେ ଏହିପରି ନୋଟ୍ ମିଳିବା ବାସ୍ତବରେ ଖୁବ୍ ଅଜବ। ପୋଷ୍ଟଟି ତୁରନ୍ତ ଇଣ୍ଟରନେଟ୍‌ରେ ଧମାକା କରିଛି, ଯାହା ଉପରେ ୟୁଜରଙ୍କ କମେଣ୍ଟର ବନ୍ୟା ଛୁଟିଛି। ଲୋକେ କ୍ୟାବ୍‌ ଡ୍ରାଇଭରଙ୍କର ଏହି ନିଆରା ୱାର୍ଣ୍ଣିଂ ନୋଟ୍‌ର ଖୁବ୍‌ ମଜା ନେଉଛନ୍ତି। 

ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି , ଡ୍ରାଇଭର ନିଶ୍ଚୟ କିଛି ଏମିତି ଜିନିଷ ଦେଖିଲେ , ଯାହାକୁ ସେ ଆଉଥରେ ଦେଖିବାକୁ ଚାହାନ୍ତି ନାହିଁ । ଆଉ ଜଣେ ୟୁଜର ଲେଖିଛନ୍ତି , ହେ ଭଗବାନ ! ବେଙ୍ଗାଲୁରୁ କଣ ଏତେ ଆଗକୁ ବଢିଗଲା ଯେ କ୍ୟାବ୍‌ ଡ୍ରାଇଭରଙ୍କୁ ଏମିତି ନୋଟ୍‌ ଗାଡ଼ିର ଲଗାଇବାକୁ ପଡୁଛି ?