ପ୍ରମୂଖ ଖବର
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଦମ୍ପତିଙ୍କୁ ଚେତାବନୀ ଦେଇ ଗାଡ଼ିରେ ପୋଷ୍ଟର ଲଗାଇଲେ କ୍ୟାବ୍‌ ଚାଳକ , ଇଣ୍ଟରନେଟ୍‌ରେ ଭାଇରାଲ ୱାର୍ଣ୍ଣିଂ ନୋଟ୍

Published By : Prameya | March 22, 2025 6:24 PM

ନୂଆଦିଲ୍ଲୀ : ଅନେକ ସମୟରେ ଦମ୍ପତିଙ୍କୁ ପବ୍ଲିକ୍‌ ସ୍ଥାନରେ ପିଡିଏ (ପବ୍ଲିକ୍‌ ଡିସପ୍ଲେ ଅଫ୍‌ ଆଫେକ୍ସନ) କରିବାର ଦେଖି ଥିବେ। ଏଥିରେ ଅନେକ ଲୋକ ଅଭିଯୋଗ ମଧ୍ୟ କରିଥାନ୍ତି , କାରଣ ସେମାନେ ଏଥିରେ ଅସହଜ ଅନୁଭବ କରିଥାନ୍ତି। ଦମ୍ପତିଙ୍କ ପିଡିଏରେ ବେଙ୍ଗାଲୁରୁର ଜଣେ କ୍ୟାବ୍‌ ଡ୍ରାଇଭର ଏମିତି ଅସୁବିଧାରେ ପଡ଼ି ଯାଇଛନ୍ତି ଯେ, ସେ ନିଜ ଗାଡ଼ିରେ ଦମ୍ପତିଙ୍କ ପାଇଁ ଏକ ୱାର୍ଣ୍ଣିଂନୋଟ୍‌ ଲଗେଇ ଦେଇଛନ୍ତି। 

ଷ୍ଟାର୍ଟଅପ୍‌ ପାଇଁ ପ୍ରସିଦ୍ଧ ରାଜ୍ୟ ବେଙ୍ଗାଲୁରୁରେ ନିତି ଦିନ ଏମିତି କିଛି ନା କିଛି ଘଟଣା ଘଟିଥାଏ , ଯାହା ସୋସିଆଲ ମିଡ଼ିଆରେ ଆଲୋଚନାର ବିଷୟ ହୋଇଯାଏ। ଏଥିରେ ବେଙ୍ଗାଲୁରୁର ଜଣେ କ୍ୟାବ୍‌ ଡ୍ରାଇଭରଙ୍କୁ ଚେତାବନୀ ପୂର୍ଣ୍ଣ ନୋଟ୍‌ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି., ଯେଉଁଥିରେ ଡ୍ରାଇଭର ଗାଡ଼ିରେ ଦମ୍ପତିଙ୍କୁ ଶାନ୍ତ ରହିବା ଓ ପରସ୍ପର ଠାରୁ ଦୂରତା ବଜାୟର କଡ଼ା ଚେତାବନୀ ଦେଉଛନ୍ତି।

ନିକଟରେ ରେଡିଟ୍‌ରେ ଜଣେ ୟୁଜର ବେଙ୍ଗାଲୁରୁର ଏକ କ୍ୟାବ୍‌ର ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସିଟ୍‌ର ପଛରେ ଡ୍ରାଇଭର ଏକ ୱାର୍ଣ୍ଣିଂ ନୋଟ୍‌ ଲଗାଇ ଥିଲେ। ଏହି ପୋଷ୍ଟ ଇଣ୍ଟରନେଟ୍‌ରେ ହସର ଖୋରାକ୍‌ ଯୋଗାଇଛି। 

ଉଲ୍ଲେଖନୀୟ ଯେ, ଏହି ୱାର୍ଣ୍ଣିଂ ନୋଟ୍‌ରେ ଦମ୍ପତିଙ୍କୁ କ୍ୟାବ୍‌ରେ ରୋମାନ୍ସ କରିବାକୁ ମନା କରାଯାଇ ଲେଖା ହୋଇଛି , ୱାର୍ଣ୍ଣିଂ ! ରୋମାନ୍ସ କରନ୍ତୁ ନାହିଁ । ଏହା ଏକ କ୍ୟାବ୍‌ । ଆପଣଙ୍କର ପ୍ରାଇଭେଟ୍‌ ପ୍ଲେସ୍‌ ବା ଓୟୋ ହୋଟେଲ ନୁହେଁ , ଏଥିପାଇଁ ଦୟାକରି ଦୂରତା ବଜାୟ ରଖନ୍ତୁ ଏବଂ ଶାନ୍ତ ରୁହନ୍ତୁ।

ବେଙ୍ଗାଲୁରୁର ଏହି କ୍ୟାବ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଏହି ନୋଟ୍‌ର ଫଟୋ ନେଇ ରେଡିଟ୍‌ରେ ସେୟାର କରି ଲେଖିଛନ୍ତି , ଆଜି ବେଙ୍ଗାଲୁରୁର ଏକ କ୍ୟାବ୍‌ରେ ମୁଁ ଏହା ଦେଖିଲି । କ୍ୟାବ୍‌ରେ ଏହିପରି ନୋଟ୍ ମିଳିବା ବାସ୍ତବରେ ଖୁବ୍ ଅଜବ। ପୋଷ୍ଟଟି ତୁରନ୍ତ ଇଣ୍ଟରନେଟ୍‌ରେ ଧମାକା କରିଛି, ଯାହା ଉପରେ ୟୁଜରଙ୍କ କମେଣ୍ଟର ବନ୍ୟା ଛୁଟିଛି। ଲୋକେ କ୍ୟାବ୍‌ ଡ୍ରାଇଭରଙ୍କର ଏହି ନିଆରା ୱାର୍ଣ୍ଣିଂ ନୋଟ୍‌ର ଖୁବ୍‌ ମଜା ନେଉଛନ୍ତି। 

ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି , ଡ୍ରାଇଭର ନିଶ୍ଚୟ କିଛି ଏମିତି ଜିନିଷ ଦେଖିଲେ , ଯାହାକୁ ସେ ଆଉଥରେ ଦେଖିବାକୁ ଚାହାନ୍ତି ନାହିଁ । ଆଉ ଜଣେ ୟୁଜର ଲେଖିଛନ୍ତି , ହେ ଭଗବାନ ! ବେଙ୍ଗାଲୁରୁ କଣ ଏତେ ଆଗକୁ ବଢିଗଲା ଯେ କ୍ୟାବ୍‌ ଡ୍ରାଇଭରଙ୍କୁ ଏମିତି ନୋଟ୍‌ ଗାଡ଼ିର ଲଗାଇବାକୁ ପଡୁଛି ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.