ଭୁବନେଶ୍ୱର,୧୬/୦୫: ମଧ୍ୟପ୍ରାଚ୍ୟ ଯୁଦ୍ଧର ସାଇଡ୍ ଇଫେକ୍ଟ। ତେଲ ପାଇଁ ଟାଙ୍କିରେ ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ୍। ଏପଟେ ଚାହିଁଲେ ଆଖି ପାଉନି, ସେପଟେ ଚାହିଁଲେ କିଛି ଦିଶୁନି। ମାଳମାଳ ଗାଡ଼ି ସହ ଲୋକଙ୍କ ଭିଡ଼ ଯୋଗୁଁ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି। ଭୁବନେଶ୍ୱର ଏବଂ କଟକର ବିଭିନ୍ନ ପେଟ୍ରୋଲ ପମ୍ପରେ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି। ସବୁଠି ହାହାକାର ସ୍ଥିତି । ଆଉ ଏହାରି ମଧ୍ୟରେ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି କଟକ ଭୁବନେଶ୍ୱର ସ୍ଥିତିରେ ସୁଧାର ଆସିଛି । ସନ୍ଧ୍ୟା ସୁଦ୍ଧା କଟକ ଭୁବନେଶ୍ୱର ସ୍ଥିତିରେ ଆହୁରି ସୁଧାର ଆସିଯିବ । ସୋମବାର ସୁଦ୍ଧା ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଡିଜେଲର ଅଭାବ ରହିବ ନାହିଁ ।

ଆହୁରି ପଢନ୍ତୁ-Mamata After Defeat: 'ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ଯାଇପାରିବେ, ମୁଁ ଦଳକୁ ପୁଣି ଛିଡା କରିବି', ହାରିବା ପରେ ମମତାଙ୍କ ଚରମବାଣୀ

ସେହିପରି ପେଟ୍ରୋଲିୟମ ସଂଘ ପକ୍ଷରୁ ରବିବାର ହେଲେ ବି ତୈଳ ଡିପୋ ଖୋଲିବା ପାଇଁ ତୈଳ କମ୍ପାନୀମାନଙ୍କୁ ଅନୁରୋଧ କରାଯାଇଛି, ଯାହାଦ୍ୱାରା ସବୁ ଜିଲ୍ଲାକୁ ତେଲ ପହଞ୍ଚିପାରିବ । ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଗୁଜବ ଆକାରରେ ପରିବେଷଣ କରାଗଲା ଯାହାଦ୍ୱାରା ପାନିକ ବାଇଙ୍ଗ କରିଥିଲେ ଲୋକେ ।ଡିମାଣ୍ଡ ସପ୍ଲାଏର ଗ୍ୟାପ କାରଣରୁ ତୈଳ ସଙ୍କଟ ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ।